Categories: ଖେଳ

ଦ୍ୱିତୀୟ ଟି୨୦ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା

ନୂଆଦିଲ୍ଲୀ,୪।୧: ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ ପୁଣେରେ ଗୁରୁବାର ଖେଳାଯିବ। ଏହାପୂର୍ବରୁ ଦଳକୁ ବଡ଼ ଝଟ୍‌କା ଲାଗିଛି। ସଞ୍ଜୁ ସାମସନ୍‌ ଆହତ ହୋଇଥିବାରୁ ସେ ଏହି ମ୍ୟାଚ୍‌ରୁ ବାହାର ହୋଇପାରନ୍ତି ବୋଲି କୁହାଯାଇଛି।

ରିପୋର୍ଟ ମୁତାବକ, ସାମସନ୍‌ଙ୍କ ଆଣ୍ଠୁରେ ସମସ୍ୟା ଦେଖାଯାଇଛି। ଏଥିପାଇଁ ସେ ଦଳ ସହ ପୁଣେ ଯାଇନାହାନ୍ତି। ମୁମ୍ବାଇରେ ସେ ସ୍କାନ କରିବାକୁ ରହିଛନ୍ତିି।

କହିରଖୁଛୁ, ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ସାମସନ କ୍ୟାଚ୍‌ ଲାଗି ଡାଇଭ ଲଗାଇଥିଲେ। ଏହାକୁ ନେଇ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି।