Categories: ଖେଳ

ଟିମ୍‌ ଇଣ୍ଡିଆରେ ଅଛନ୍ତି ବହୁ ଯୁବ ଟ୍ରମ୍ପ କାର୍ଡ…

କଲମ୍ବୋ,୨୭।୭ : ଏସିଆ କପ ଏବଂ ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ବିଷୟରେ ଶ୍ରୀଲଙ୍କା ପାଇଁ ଏକଦିବସୀୟରେ ୪୦୦ ୱିକେଟ ନେଇଥିବା ଚାମିଣ୍ଡା ଭାସ ନ୍ୟୁଜ ଏଜେନ୍ସିକୁ ଏକ ସାକ୍ଷାତକାରରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯଦି ଆପଣ ଭାରତୀୟ ଦଳ ବିଷୟରେ କଥା ହେବା ତେବେ ଦଳରେ କେବଳ ବିରାଟ କୋହଲି ଏବଂ ରୋହିତ ଶର୍ମା ଟ୍ରମ୍ପ କାର୍ଡ ନୁହଁନ୍ତି।

ଟିମ ଇଣ୍ଡିଆରେ ବହୁ ଯୁବ ପ୍ରତିଭା ରହିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବଙ୍କ ପରି ଅନେକ ଯୁବ କ୍ରିକେଟର ଅଛନ୍ତି। ସେମାନଙ୍କୁ ଟ୍ରମ୍ପ କାର୍ଡ କୁହାଯାଇ ପାରିବ। ଏହା ସହିତ ଯଶସ୍ବୀ ଜୈସୱାଲ ମଧ୍ୟ ଭଲ ଖେଳୁଛନ୍ତି। ଗିଲ ଭଲ ଖେଳୁଛନ୍ତି। ଭାରତ ପାଖରେ ପ୍ରତିଭାଙ୍କର ଅଭାବ ନାହିଁ। ସମସ୍ତେ ନିଜ ନିଜର ଦକ୍ଷତା ପ୍ରତିପାଦିତ କରିବାକୁ ଯାଉଛନ୍ତି।

ଯେତେବେଳେ ବ୍ୟାଟିଂ କଥା ଆସେ, ମୁଁ ଭାବୁଛି ଭାରତ ସବୁବେଳେ ବିରାଟ ଏବଂ ରୋହିତଙ୍କ ଉପରେ ଭରସା କରିବା ଆବଶ୍ୟକ ନୁହେଁ। ଅନ୍ୟମାନେ ମଧ୍ୟ ଆବଶ୍ୟଖ ସହଯୋଗ କରୁଛନ୍ତି। ହଁ ଏହା ହୁଏତ ସତ୍ୟ ଯଦି ବିରାଟ ଏବଂ ରୋହିତ ଭଲ ପ୍ରଦର୍ଶନ କରନ୍ତି ତେବେ ଭାରତ ଅଧିକାଂଶ ମ୍ୟାଚ ଜିତିବାର ଆଶା ରହିବ।

ଭାସ ଟିମ ଇଣ୍ଡିଆରେ ଜସପ୍ରୀତ ବୁମରାଙ୍କ ବିଷୟରେ କହିଛନ୍ତି, ଯଦି ସେ ଫିଟ ହୁଅନ୍ତି ତେବେ ବିଶ୍ୱକପରେ ଭାରତ ପାଇଁ ଏକ ବଡ଼ ଲାଭ ହେବ। ସେପ୍ଟେମ୍ବର ୨୦୨୨ ଠାରୁ ଖେଳରୁ ବୁମରା ଦୂରେଇ ରହିଛନ୍ତି।

ବୁମରା ଫେରିବା ନେଇ ଭାସ କହିଛନ୍ତି ଏହା ସହଜ ହେବ ନାହିଁ କିନ୍ତୁ ଆମେ ଜାଣୁ ସେ ଦୁନିଆର ସର୍ବୋତ୍ତମ ବୋଲରମାନଙ୍କ ମଧ୍ୟରୁ ଜଣେ। ସେ ଯେଉଁଭଳି ପ୍ରଦର୍ଶନ କରିଛନ୍ତି, ସେ ଜଣେ ଅତ୍ୟନ୍ତ ସ୍ଥିର ଖେଳାଳି । ଭାରତୀୟ ଦଳରେ ତାଙ୍କର ଏବେ ଆବଶ୍ୟକତା ରହିଛି।

 

Share