Categories: ଖେଳ

କୋହଲିଙ୍କୁ ନେଇ ଏପରିି ବଡ଼ କଥା କହିଦେଲେ ଦ୍ରାବିଡ

ନୂଆଦିଲ୍ଲୀ,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ରବିବାରଠାରୁ ଖେଳାଯିବ। ଏହି ବକ୍ସିଂ ଡେ ଟେଷ୍ଟ ସେଞ୍ଚୁରିଆନର ସୁପରପୋର୍ଟ ପାର୍କ ଷ୍ଟାଡିୟମରେ ଖେଲାଯିବ। ଏହି ସିରିଜ ଆରମ୍ଭ ପୂର୍ବରୁ ଟିମ୍‌ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଭର୍ଚୁଆଲ ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ସେ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ।

ଏହି ଅବସରରେ ଦ୍ରାବିଡଙ୍କୁ ବିରାଟ କୋହଲିଙ୍କ ବିଷୟରେ ପଚରାଯାଇଥିଲା। ଏହାର ଜବାବ ଦେଇ ଦ୍ରାବିଡ କହିଛନ୍ତି, ଟେଷ୍ଟ ଦଳର ଦୃଷ୍ଟିକୋଣକୁ ଦେଖିଥିଲେ ଆମକୁ ସିରିଜ ଜିତିବାର ଅଛି। ଆମେ ନ୍ୟୁଜିଲାଣ୍ଡ ବିପକ୍ଷରେ ଜିତିଛୁ ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହା କଠିନ ହେବାକୁ ଯାଉଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମଧ୍ୟ ଆମ ମନରେ ଅଛି। ଆଶା କରୁ ଆମେ ଉନ୍ନତି ଜାରି ରଖିବୁ। ଆମର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବୁ। ଜଣେ ଖେଳାଳି ଏବଂ ଅଧିନାୟକ ଭାବେ ବିରାଟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ଟେଷ୍ଟ କ୍ରିକେଟକୁ ଭଲ ପାଉଥିବା ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ।

ଏହାଛଡ଼ା ଦକ୍ଷିଣ ଆଫ୍ରିକାରେ ବ୍ୟାଟ୍ସମ୍ୟାନମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଦ୍ରାବିଡ଼ କହିଛନ୍ତି। ହେଲେ ସୁଯୋଗ ମଧ୍ୟ ରହିଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆ:
ବିରାଟ କୋହଲି (ଅଧିନାୟକ), କେ.ଏଲ. ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ଶ୍ରେୟାସ ଆୟର, ହନୁମା ବିହାରୀ, ରିଷଭ ପନ୍ତ (ଡବ୍ଲୁ.କେ), ରିଦ୍ଧିମାନ ଶାହା (ଡବ୍ଲୁ.କେ), ପ୍ରିୟଙ୍କ ପାଞ୍ଚଲ, ଆର୍‌ ଅଶ୍ୱିନ, ଜୟନ୍ତ ଯାଦବ, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ଉମେଶ ଯାଦବ, ଜସପ୍ରୀତ ବୁମ୍‌ରା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ।

Share