Categories: ଖେଳ

ନୀଳ ମାସ୍କ, ପିପିଇ କିଟ୍‌ ପିନ୍ଧି ଅଷ୍ଟ୍ରେଲିଆ ଅଭିମୁଖେ ବାହାରିଲା ଭାରତୀୟ ଦଳ

ଦୁବାଇ,୧୨।୧୧: ଆଇପିଏଲ୍‌ ଶେଷ ହେବା ପରେ ଭାରତୀୟ କ୍ରିକେଟ ଦଳ ଦୁବାଇରୁ ସିଧା ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି। ଦଳର ସବୁ ଖେଳାଳିଙ୍କ ନୀଳ ମାସ୍କ ଏବଂ ପିପିଇ କିଟ ପିନ୍ଧିଥିବାର ଦେଖିବାକୁ ମିଳିଛି। ଭାରତୀୟ ଟିମରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳି ଆଇପିଏଲରେ ଖେଳିଛନ୍ତି। କରୋନା ପରେ ଭାରତୀୟ ଦଳର ଏହା ପ୍ରଥମ ଅନ୍ତର୍ଜାତୀୟ ସିରିଜ ହେବ। ମୁମ୍ବାଇ ଇଣ୍ଡିଆନ୍ସକୁ ରେକର୍ଡ ପାଞ୍ଚଥର ଟାଇଟଲ ଜିତାଇଥିବା ରୋହିତ୍‌ ଶର୍ମା ଏବଂ ଈଶାନ୍ତ ଶର୍ମା ପରେ ଟିମ ସହ ଯୋଗ ଦେବେ। ଦୁହେଁ କେବଳ ଟେଷ୍ଟ ସିରିଜ ପାଇଁ ଉପଲବ୍ଧ ହେବେ। ଗତମାସରେ ହାମଷ୍ଟ୍ରିଙ୍ଗ ଇଞ୍ଜୁରୀ କାରଣରୁ ରୋହିତଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଚୟନ କରାଯାଇ ନ ଥିଲା। କିନ୍ତୁ ପରେ ତାଙ୍କୁ ଟେଷ୍ଟ ଟିମରେ ସାମିଲ କରାଯାଇଛି। ସୂଚନାଯୋଗ୍ୟ, ଭାରତୀୟ ଟିମ ନଭେମ୍ବର ୨୭ ତାରିଖରୁ ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳି ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିବ।

Share