Categories: ଖେଳ

ନିରାଶ ପୃଥ୍ବୀଙ୍କ ବଡ଼ ବୟାନ: ‘ମୋର କେହି ବନ୍ଧୁ ନାହାନ୍ତି…’

ନୂଆଦିଲ୍ଲୀ,୧୮।୭: ଏକ ସମୟରେ ଭାରତୀୟ କ୍ରିକେଟ ଟିମ୍‌ର ଭବିଷ୍ୟତ ବୋଲି ତାଙ୍କୁ କୁହାଯାଉଥିଲା। ହେଲେ ଏବେ ସେ ଭାରତୀୟ ଟିମ୍‌ରେ ସ୍ଥାନ ପାଇବାକୁ ସଂଘର୍ଷ କରୁଛନ୍ତି। ବିରେନ୍ଦ୍ର ସେହ୍ବାଗ ଏବଂ ସଚିନ ତେନ୍ଦୁଲକରଙ୍କ ସମ୍ମିଶ୍ରଣ କୁହାଯାଉଥିବା ପୃଥ୍ବୀ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟିମ୍‌ ଇଣ୍ଡିଆରେ ସ୍ଥାନ ନ ପାଇ ନିରାଶ ହୋଇଛନ୍ତି। ଏବେ ସେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ବଡ ବୟାନ ଦେଇଛନ୍ତି।

ପୃଥ୍ବୀ କହିଛନ୍ତି, ମୋତେ ଟିମ୍‌ରୁ ବାହାର କରାଯିବା ସମୟରେ କାରଣ କୁହାଯାଇ ନ ଥିଲା। କେହି କେହି ଫିଟ୍‌ନେସ୍‌ କାରଣ ବୋଲି କହୁଥିଲେ। ହେଲେ ମୁଁ ନ୍ୟାଶନାଲ କ୍ରିକେଟ ଏକାଡେମୀ ଯାଇଥିଲି। ସେଠାରେ ସମସ୍ତ ଟେଷ୍ଟ ପାସ୍‌ କରିଛି। ପରେ ଘରୋଇ କ୍ରିକେଟ ଏବଂ ଆଇପିଏଲ୍‌ରେ ରନ୍‌ କରିବା ପରେ ଟି୨୦ ଦଳରେ ସ୍ଥାନ ମିଳିଲା। ଏବେ ଓ୍ବେଷ୍ଟଇଣ୍ଡିଜ ପକ୍ଷରେ ସୁଯୋଗ ନ ମିଳିବା ପରେ ନିରାଶ ହୋଇଛି। ଏକୁଟିଆ ରହିବାକୁ ପସନ୍ଦ କରୁଛି। ମୋର କେହି ବନ୍ଧୁ ନାହାନ୍ତି। ଲୋକମାନେ ମୋ ବିଷୟରେ ବହୁତ କିଛି କହୁଛନ୍ତି। ହେଲେ ଯେଉଁମାନେ ମୋତେ ଚିହ୍ନନ୍ତି ସେମାନେ ଜାଣନ୍ତି ମୁଁ କିଭଳି। ଆଜିକାଲି ସମୟରେ କଥା କିଛି କହିବା ମାତ୍ରେ ସୋସିଆଲ ମିଡିଆରେ ଆସିଯାଉଛି। ମୋର ବହୁତ କମ୍‌ ବନ୍ଧୁ ଅଛନ୍ତି ବୋଲି ସେ କହିଛନ୍ତି।

Share