କେପ୍ଟାଉନ୍,୨୩।୨: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ବୁଧବାର ଅପରାହ୍ନ ୬.୩୦ରେ ମୁକାବିଲା ଆରମ୍ଭ ହେବ। ତେବେ ଏହା ପୂର୍ବରୁ ଭାରତୀୟ ଅଧିନାୟକ ହରମନପ୍ରିତ କୌର ଏବଂ ଅଲରାଉଣ୍ଡର ପୂଜା ବସ୍ତ୍ରାକର ମ୍ୟାଚ୍ରୁ ବାଦ୍ ପଡ଼ିବା ସମ୍ଭାବନା ଦେଖାଦେଇଛି। କାରଣ ଉଭୟ ଖେଳାଳି ଅସୁସ୍ଥ ଅଛନ୍ତି।
ମ୍ୟାଚ୍ର ପୂର୍ବଦିନ ଅର୍ଥାତ ବୁଧବାର ସନ୍ଧ୍ୟାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଦୁହେଁ ଡିସଚାର୍ଜ ହୋଇଛନ୍ତି। ହେଲେ ସେମାନେ ଉପଲବ୍ଧ ରହିବେ କି ନାହିଁ ସେ ନେଇ ମ୍ୟାଚ୍ ଆରମ୍ଭରୁ ନିଆଯିବ। ହରମନପ୍ରିତଙ୍କ ଅନୁପସ୍ଥିତିରେ ସ୍ମୃତି ମନ୍ଧାନାଙ୍କୁ ଦଳର ନେତୃତ୍ୱ ମିଳିପାରେ।
ତେବେ ଗତ ଟି-୨୦ ବିଶ୍ୱକପ୍ ଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଏଥିରେ କଙ୍ଗାରୁ ଦଳ ବାଜିମାତ କରିଥିଲା। ଚଳିତ ସେମିଫାଇନାଲରେ ସେହି ପରାଜୟର ପ୍ରତିଶୋଧ ନେବାକୁ ଟିମ ଇଣ୍ଡିଆ ଚାହିଁବ। ଏପରି କରି ଦ୍ୱିତୀୟ କ୍ରମାଗତ ଟି-୨୦ ବିଶ୍ୱକପ୍ ଫାଇନାଲରେ ପହଞ୍ଚିବା ପାଇଁ ଭାରତ ଚେଷ୍ଟା କରିବ।