Categories: ଖେଳ

ଟି-୨୦ ବିଶ୍ୱକପ୍‌ ପାଇଁ ଲଞ୍ଚ୍‌ ହେଲା ଟିମ୍‌ ଇଣ୍ଡିଆର ଜର୍ସି: ଏହି ଲୁକ୍‌ରେ ନଜର ଆସିବେ ଖେଳାଳି

ନୂଆଦିଲ୍ଲୀ,୭।୫: ଟି-୨୦ ବିଶ୍ୱକପକୁ ମାତ୍ର କିଛି ସପ୍ତାହ ବାକି ଅଛି ଏବଂ କିଛି ଘଣ୍ଟା ପୂର୍ବରୁ ଭାରତୀୟ ଦଳର ଜର୍ସି ଲଞ୍ଚ୍‌ ହୋଇଛି॥ ଭାରତୀୟ ଦଳର ଜର୍ସି ବିଶ୍ୱ କ୍ରୀଡ଼ା ପୋଷାକ ବ୍ରାଣ୍ଡ ଆଡିଡାସ ଦ୍ୱାରା ନିର୍ମିତ। ବର୍ତ୍ତମାନ ‘ଆଡିଡାସ ଇଣ୍ଡିଆ’ ଇନଷ୍ଟାଗ୍ରାମରେ ଗ୍ରାଫିକ୍ସ ମାଧ୍ୟମରେ ଭାରତୀୟ ଦଳର ଜର୍ସି ଆନୁଷ୍ଠାନିକ ଭାବେ ଲଞ୍ଚ କରିଛି। ରିଲିଜ ହୋଇଥିବା ଭିଡିଓରେ ରୋହିତ ଶର୍ମା, କୁଲଦୀପ ଯାଦବ ଏବଂ ରବିନ୍ଦ୍ର ଜାଡେଜା ମଧ୍ୟ ନଜର ଆସିଛନ୍ତି।
ଜର୍ସିର ଆଗ ଭାଗ ଟି -୨୦ ବିଶ୍ୱକପ ୨୦୨୪ ପାଇଁ ନୀଳ ରଖାଯାଇଛି। ବାହୁଗୁଡିକ କମଳା ରଙ୍ଗରେ ରଖାଯାଇଛି ଏବଂ ୩ଟି ଧଳା ରଙ୍ଗର ଗାର କାନ୍ଧରେ ରଖାଯାଇଛି। ଡ୍ରିମ ୧୧ ଦୀର୍ଘ ଦିନ ଧରି ଭାରତୀୟ କ୍ରିକେଟ ଦଳର ଟାଇଟଲ ପ୍ରାୟୋଜକ ରହିଆସିଛି, ତେଣୁ ‘ଡ୍ରିମ ୧୧’ ଜର୍ସି ସମ୍ମୁଖରେ ବଡ ଅକ୍ଷରରେ ଲେଖା ହୋଇଛି ଏବଂ ଏହା ତଳେ ଇଣ୍ଡିଆ ମୁଦ୍ରିତ ହୋଇଛି।
ସୂଚନାଯୋଗ୍ୟ, ଜୁନ ୫ରେ ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ବିଶ୍ୱକପରେ ଭାରତ ଏହାର ପ୍ରଥମ ମ୍ୟାଚ ଖେଳିବ।

Share