ନୂଆଦିଲ୍ଲୀ,୧୧।୨: ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଜିତିବା ପରେ ଟିମ୍ଇଣ୍ଡିଆର ଲକ୍ଷ୍ୟ ଟି-୨୦ ସିରିଜ୍ ଜିତିବା ଉପରେ ରହିଛି। ୧୬ ଫେବୃୟାରୀରେ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ। ହେଲେ ଏହା ପୂର୍ବରୁ ଅଧିନାୟକ ରୋହିତ ଶର୍ମାଙ୍କୁ ବଡ଼ ଝଟ୍କା ଲାଗିଛି। ଦୁଇଜଣ ମ୍ୟାଚ୍ ବିଜେତା ଖେଳାଳି ଏହି ସିରିଜରୁ ବାହାର ହୋଇଛନ୍ତି। ନିକଟରେ ବିସିସିଆଇ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ଉପଅଧିନାୟକ କେ.ଏଲ୍. ରାହୁଲ ଏବଂ ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ବାଦ ପଡ଼ିଥିବା ଜଣାପଡ଼ିଛି। ଆହତ ସମସ୍ୟା ଯୋଗୁ ଉଭୟ ଖେଳାଳି ସିରିଜରୁ ବାହାର ହୋଇଥିବା ଜଣାପଡ଼ିଛି।