Categories: ଖେଳ

ଟେଷ୍ଟ ପରେ ହାତରୁ ଗଲା ଦିନିକିଆ, ୭ ଉଇକେଟରେ ଦ୍ୱିତୀୟ ମ୍ୟାଚ୍‌କୁ ଜିତିଲା ଦକ୍ଷିଣ ଆଫ୍ରିକା

ପାର୍ଲ, ୨୧।୧: ଟିମ୍‌ ଇଣ୍ଡିଆ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ ଲଜ୍ଜାଜନକ ସାବ୍ୟସ୍ତ ହୋଇଛି। ଟେଷ୍ଟ ସିରିଜ୍‌ ପରେ ଏବେ ଦିନିକିଆ ସିରିଜ୍‌ ଭାରତ ହାତରୁ ଖସିଛି। ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ପରାଜିତ ହେବା ପରେ ଦକ୍ଷିଣ ଆଫ୍ରିକା ସିରିଜ୍‌ରେ ୨-୦ରେ ଆଗୁଆ ହୋଇଛି। ଏଣୁ ଶେଷ ଦିନିକିଆର ଫଳାଫଳ ଆଉ ଫରକ ପକାଇବ ନାହିଁ।

ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୬ ଉଇକେଟ ହରାଇ ୨୮୭ ରନ୍‌ କରିଥିଲା। ଜବାବରେ ୪୮.୧ ଓଭରରେ ଘରୋଇ ଟିମ୍‌ ୩ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଛି।

Share