ଚହଲଙ୍କୁ ଏମିତି କହିଦେଲେ ମୋଦି, ହସି ଉଠିଲେ ସମସ୍ତ ଖେଳାଳି

ନୂଆଦିଲ୍ଲୀ, ୫।୭: ଟି-୨୦ ବିଶ଼୍ବକପ୍‌ ଜିତି ଟ୍ରଫି ସହ ଭାରତ ଫେରିଥିବା କ୍ରିକେଟ୍‌ ଦଳକୁ ଜୋରଦାର ସ଼୍ବାଗତ କରାଯାଇଥିଲା । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ସେମାନଙ୍କର ସାକ୍ଷାତ ମଧ୍ୟ ହୋଇଛି । ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ସହ କଥାବାରର୍ତ୍ତା ହୋଇଥିଲେ । ସେମାନଙ୍କ ଅନୁଭବ କିପରି ଥିଲା ପଚାରି ବୁଝିଥିଲେ । ଏହି ସମୟରେ ସେ ବୋଲର ଚହଲଙ୍କ ସହ ହସ-ମଜାକ୍‌ କରୁଥିବା ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନରେ ଚହଲ ହସି ହସି ଉତ୍ତର ଦେଉଥିବା ବେଳେ ସାଥୀ ଖେଳାଳିମାନେ ମଧ୍ୟ ହସିଥିଲେ ।

ପିଏମ୍‌ ଚହଲଙ୍କୁ କହିଥିଲେ ଯେ, ତୁମେ ଏତେ ସିରିୟସ୍‌ ଦେଖାଯାଉଛ । ଏହା ଶୁଣି ସମସ୍ତ ଖେଳାଳି ହସି ଥିଲେ । ଏହାପରେ ରୋହିତ ପିଚ୍‌ରୁ ମାଟି ଖାଇବାର କାରଣ କରିଥିଲେ । ସେ କହିଥିଲେ ଯେ ମ୍ୟାଚ୍‌କୁ ଚିର ଦିନ ପାଇଁ ନିଜ ସହିତ ରଖିବାକୁ ସେ ପିଚ୍‌ରୁ ମାଟି ଖାଇଥିଲେ ।

ଫାଇନାଲ୍‌ ଦିନ କାମ ସହିତ ମ୍ୟାଚ୍‌ ଦେଖିବା ତାଙ୍କ ପାଇଁ ମୁସ୍କିଲ୍‌ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଟିମ୍‌ ଇଣ୍ଡିଆର କୋଚ୍‌ ରାହୁଲ ଦ୍ରାବିଡ଼ ୧୯ ଡିସେମ଼୍ବର ୨୦୨୩ ରାତି କଥା ମନେ ପକାଇଥିଲେ । ସେ ସମୟରେ ଟିମ୍‌ ଇଣ୍ଡିଆର ମ୍ୟାଚ୍‌ ହାରି ଯାଇଥିବାରୁ ପିଏମ୍‌ ସେଠାରେ ପହଞ୍ଚି ସେମାନଙ୍କୁ ଆଶ଼୍ବାସନା ଦେଇଥିଲେ । କିନ୍ତୁ ଚଳିତ ଥର ସେ ଖୁସିର ସହିତ ପିଏମ୍‌ଙ୍କୁ ଭେଟିଛନ୍ତି ବୋଲି କହିଛନ୍ତି ।

Share