Categories: ଖେଳ

ଟିମ୍‌ ଇଣ୍ଡିଆ ପ୍ରସ୍ତୁତିକୁ ଜୋରଦାର ଝଟ୍‌କା; ଦ୍ୱିତୀୟ ଓ୍ବାର୍ମଅପ୍‌ ମୁକାବିଲା ମଧ୍ୟ ବାତିଲ

ତିରୁବନନ୍ତପୁରମ୍‌,୩।୧୦: ବିଶ୍ୱକପ୍‌ ୨୦୨୩ ଲାଗି ଟିମ୍‌ ଇଣ୍ଡିଆର ପ୍ରସ୍ତୁତିକୁ ଲାଗିଛି ବଡ ଝଟ୍‌କା। କେରଳର ତିରୁବନନ୍ତପୁରମ୍‌ରେ ଖେଳାଯିବାକୁ ଥିବା ଦ୍ୱିତୀୟ ଓ୍ବାର୍ମଅପ୍‌ ମ୍ୟାଚ୍‌ ମଧ୍ୟ ବର୍ଷା ଯୋଗୁ ବାତିଲ ହୋଇଛି। ପୂର୍ବରୁ ଗୁଆହାଟୀରେ ଦଳର ପ୍ରଥମ ଓ୍ବାର୍ମଅପ୍‌ ମ୍ୟାଚ୍‌ ମଧ୍ୟ ବାତିଲ ହୋଇଥିଲା। ନିଜର ପ୍ରସ୍ତୁତି ପରଖିବାକୁ ଟିମ୍‌ ଇଣ୍ଡିଆ ନିକଟରେ ଶେଷ ସୁଯୋଗ ରହିଥିଲା। ହେଲେ ମ୍ୟାଚ୍‌ ହୋଇପାରିନାହିଁ। ଏବେ ଦଳ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ସହ ବିଶ୍ୱକପ୍‌ରେ ଯାତ୍ରା ଆରମ୍ଭ କରିବ। ମ୍ୟାଚ୍‌ଟି ଚେନ୍ନାଇରେ ଖେଳାଯିବ।

ଅକ୍ଟୋବର ୫ରୁ ବିଶ୍ୱକପ୍‌ ଆରମ୍ଭ ହେଉଛି। ଟିମ ଇଣ୍ଡିଆର ପ୍ରଥମ ମ୍ୟାଚ ଅକ୍ଟୋବର ୮ରେ ହେବ। ଏହା ପରେ ଦଳ ଅକ୍ଟୋବର ୧୧ରେ ଦିଲ୍ଲୀରେ ଆଫଗାନିସ୍ତାନ ସହିତ ମୁହାଁମୁହିଁ ହେବ। ଟିମ ଇଣ୍ଡିଆର ତୃତୀୟ ମ୍ୟାଚ ଅକ୍ଟୋବର ୧୫ରେ ପାକିସ୍ତାନ, ଅକ୍ଟୋବର ୧୯ରେ ପୁଣେରେ ବାଂଲାଦେଶ, ଅକ୍ଟୋବର ୨୨ରେ ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡ, ଅକ୍ଟୋବର ୨୯ରେ ଲକ୍ଷ୍ନୌରେ ଇଂଲଣ୍ଡ, ନଭେମ୍ବର ୨ରେ ମୁମ୍ବାଇରେ ଯୋଗ୍ୟତା ଦଳ, ୫ ନଭେମ୍ବରରେ କୋଲକାତାରେ ଦକ୍ଷିଣ ଆଫ୍ରିକା ଏବଂ ୧୧ ନଭେମ୍ବର ବେଙ୍ଗାଲୁରୁର ଯୋଗ୍ୟତା ଦଳ ସହ ହେବ।

Share