Categories: ଖେଳ

ଏତିକି କୋଟି ସମ୍ପତ୍ତିର ମାଲିକ ଅଟନ୍ତି ଭାରତୀୟ ଦଳର ନୂଆ ହେଡ୍‌ କୋଚ୍‌, ବିଳାସପୂର୍ଣ୍ଣ ଘର ସାଙ୍ଗକୁ ଅଛି…

ନୂଆଦିଲ୍ଲୀ,୧୦।୭: ଟି -୨୦ ବିଶ୍ୱକପ୍‌ ୨୦୨୪ ପରେ ରାହୁଲ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡିଛନ୍ତି। ବର୍ତ୍ତମାନ ବିସିସିଆଇ ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ଦେଇଛି। ତେବେ ଆସନ୍ତୁ ଜାଣିବା ଭାରତୀୟ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକଙ୍କଠାରେ କେତେ ସମ୍ପତ୍ତି ଅଛି…

ଗମ୍ଭୀରଙ୍କୁ ଦୁନିଆର ସବୁଠାରୁ ଧନୀ କ୍ରିକେଟର ଭାବେ ବିବେଚନା କରାଯାଏ । ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୨୬୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେ କେବଳ କ୍ରିକେଟ ଠାରୁ ନୁହେଁ ବରଂ ବ୍ରାଣ୍ଡ ପ୍ରାୟୋଜକ ଏବଂ ଅନେକ ବ୍ୟବସାୟରେ ବିନିଯୋଗରୁ ମଧ୍ୟ ବହୁତ ରୋଜଗାର କରନ୍ତି । ଛୋଟ ବ୍ୟବସାୟ, ରେଷ୍ଟୁରାଣ୍ଟ ଏବଂ ରିଅଲ ଇଷ୍ଟେଟରେ ମଧ୍ୟ ତାଙ୍କର ନିବେଶ ଅଛି । ଅନୁମାନ କରାଯାଏ ଯେ, ଷ୍ଟାର୍‌ ସ୍ପୋର୍ଟସ ପାଇଁ କମେଣ୍ଟ୍ରି ଏବଂ ଅନ୍ୟ କ୍ରିକେଟ ମିଡିଆ ସମ୍ବନ୍ଧୀୟ କାର୍ଯ୍ୟ କରି ଗମ୍ଭୀର ୧.୫ କୋଟି ଟଙ୍କା ରୋଜଗାର କରନ୍ତି ।

୨୦୧୯ ଲୋକ ସଭା ନିର୍ବାଚନରେ ଗମ୍ଭୀର ପୂର୍ବ ଦିଲ୍ଲୀ ଆସନରୁ ଏମ୍‌ପି ଭାବରେ ନିର୍ବାଚିତ ହୋଇଥିଲେ। ସେତେବେଳେ ସେ ନିର୍ବାଚନ ଆୟୋଗଙ୍କ ସମ୍ମୁଖରେ ବାର୍ଷିକ ଆୟ ୧୨.୪ କୋଟି ଟଙ୍କା ବୋଲି କହିଥିଲେ।

କୁହାଯାଉଛି ଯେ, ଗମ୍ଭୀରଙ୍କ ଦିଲ୍ଲୀର ରାଜୀନ୍ଦର ନଗର ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଘର ଅଛି, ଯାହାର ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ହେବ । ଏହା ବ୍ୟତୀତ ଗ୍ରେଟର ନୋଏଡାର ଜେପି ୱିସ ଟାଉନରେ ତାଙ୍କର ୪ କୋଟି ଟଙ୍କା ମୂଲ୍ୟର ଏକ ପ୍ଲଟ ଅଛି। ସେହିପରି ମାଳକାପୁର ଗ୍ରାମରେ ଏକ ପ୍ଲଟ ଅଛି ଯାହାର ମୂଲ୍ୟ ୧ କୋଟି ଟଙ୍କା। ଏହା ବ୍ୟତୀତ ତାଙ୍କ ପାଖରେ ୫ କିଲୋଗ୍ରାମ ରୂପା ମଧ୍ୟ ରହିଛି।

ଗମ୍ଭୀର ମଧ୍ୟ କାରକୁ ବହୁତ ଭଲ ପାଆନ୍ତି। ବିଳାସପୂର୍ଣ୍ଣ ଯାନ ବିଷୟରେ କହିବାକୁ ଗଲେ, ତାଙ୍କର ଅଡି Q5 ଏବଂ BMW 530d ମଧ୍ୟ ଅଛି । ତାଙ୍କ କାର କଲେକ୍ସନ ମଧ୍ୟରେ ଟୟୋଟା କରୋଲା ଏବଂ ମହିନ୍ଦ୍ରା ବୋଲେରୋ ଷ୍ଟିଙ୍ଗର ରହିଛି। କୁହାଯାଏ ଯେ ତାଙ୍କ ପାଖରେ ମର୍ସିଡିଜ GLS 350D ମଧ୍ୟ ଅଛି, ଯାହାର ବଜାର ମୂଲ୍ୟ ପ୍ରାୟ ୮୮ ଲକ୍ଷ ଟଙ୍କା।

 

Share