Categories: ଖେଳ

ଡବ୍ଲୁଟିସି ଫାଇନାଲ ପୂର୍ବରୁ ଟିମ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ

ନୂଆଦିଲ୍ଲୀ,୨।୫: ଜୁନ ୭ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ଆଡିଡାସ ଇଣ୍ଡିଆ ଟିମ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚନ କରିଛି। ଟେଷ୍ଟ, ଦିନିକିଆ ଏବଂ ଟି-୨୦ ଇଣ୍ଟରନ୍ୟାସନାଲ ତିନୋଟି ଫର୍ମାଟ ପାଇଁ ଜର୍ସି ଲଞ୍ଚ କରାଯାଇଛି। ନୂତନ ଜର୍ସି ଲଞ୍ଚ ହେବାର ଭିଡିଓ ଆଡିଡାସ ଇଣ୍ଡିଆ ଏହାର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଶେୟାର କରିଛି।

Share