Categories: ଖେଳ

ଆମେରିକାରେ ଟିମ୍‌ ଇଣ୍ଡିଆକୁ ମିଳୁନି ସୁବିଧା:ରୋହିତ-ଦ୍ରାବିଡଙ୍କ ଅସନ୍ତୋଷ

ନୂଆଦିଲ୍ଲୀ,୩୧।୫: ଭାରତୀୟ ଦଳର ସମସ୍ତ ଖେଳାଳି ଜୁନ ୧ ରୁ ଟି-୨୦ ବିଶ୍ୱକପ ଟୁର୍ନାମେଣ୍ଟ ପାଇଁ ଆମେରିକାରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ଟିମ ଇଣ୍ଡିଆ ମଧ୍ୟ ନିଟ ଅଭ୍ୟାସ ଆରମ୍ଭ କରିଛି। କିନ୍ତୁ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମା ନ୍ୟୁୟର୍କରେ ସୁବିଧା ଅଭାବରୁ ଅସୁବିଧା ଭୋଗୁଛନ୍ତି। ଏପରିକି ଅନେକ ଖେଳାଳି ଆଇସିସି ଦ୍ୱାରା ଦିଆଯାଇଥିବା ସୁବିଧାରେ ସନ୍ତୁଷ୍ଟ ନୁହଁନ୍ତି। ଦଳର ଅଧିନାୟକ ରୋହିତ ଶର୍ମା ଏବଂ କୋଚ ରାହୁଲ ଦ୍ରବିଡ
ସୂଚନାନୁସାରେ, ଟିମ ଇଣ୍ଡିଆକୁ ନାସାଉ ଜିଲାର ଗାର୍ଡେନ ସିଟି ଗ୍ରାମରେ ରଖାଯାଇଛି ଏବଂ କ୍ୟାଣ୍ଟନେ୍‌ଏକ ପାର୍କରେ ଅଭ୍ୟାସ ସୁବିଧା ଦିଆଯାଇଛି। ଖେଳାଳିମାନେ କହିଛନ୍ତି ଯେ ଏହି ସୁବିଧାଗୁଡ଼ିକ ମଧ୍ୟମ ଗୁଣାତ୍ମକ ଏବଂ ସ୍ଥାୟୀ ଭାବରେ ପ୍ରସ୍ତୁତ ହୋଇନାହିଁ। ଏହା ବ୍ୟତୀତ ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ କୌଣସି ଅଭ୍ୟାସ ସୁବିଧା ନାହିଁ, ଏଠାରେ ଦଳକୁ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବାକୁ ପଡିବ।
ଏହା ଟିମ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ କାରଣ ଜୁନ ୧ରେ ବାଂଲାଦେଶ ବିପକ୍ଷ ୱାର୍ମ ଅପ ମ୍ୟାଚ ପର୍ଯ୍ୟନ୍ତ ସେମାନଙ୍କୁ କ୍ୟାଣ୍ଟନେ୍‌ଏକ ପାର୍କରେ ଅଭ୍ୟାସ କରିବାକୁ ପଡିବ। ଏହା ପରେ ଦଳ ଫ୍ଲୋରିଡା ଯାଇ ୱେଷ୍ଟଇଣ୍ଡିଜରେ ସୁପର ୮ ମ୍ୟାଚ ଖେଳିବ। ଆଇସିସି ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ବିବୃତ୍ତି ଦେଇନାହିଁ।
ଭାରତୀୟ ଦଳ ଜୁନ ୫ରେ ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ବିଶ୍ୱକପରେ ପ୍ରଥମ ମ୍ୟାଚ ଖେଳିବ। ଏହା ପରେ ଭାରତ ଜୁନ ୯ରେ ପାକିସ୍ତାନ ବିପକ୍ଷରେ ଖେଳିବ। ଜୁନ ୧୨ରେ ଭାରତ ଆମେରିକା ବିପକ୍ଷରେ ଖେଳିବ ଏବଂ ଶେଷ ମ୍ୟାଚ ଜୁନ ୧୫ରେ କାନାଡା ବିପକ୍ଷରେ ହେବ।

Share