Categories: ଖେଳ

ମୁଁ ଏ ପର୍ଯ୍ୟନ୍ତ ଚୁକ୍ତିପତ୍ରରେ ସ୍ବାକ୍ଷର କରିନାହିଁ: ବିସିସିଆଇର କାର୍ଯ୍ୟକାଳ ବୃଦ୍ଧି ଘୋଷଣା ଉପରେ ଦ୍ରାବିଡଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୩୦।୧୧: ଭାରତୀୟ କ୍ରିକେଟ ଦଳ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ବୁଧବାର ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ବିସିସିଆଇ ଘୋଷଣା କରିଥିଲା। ଗୁରୁବାର ସେ ଏହି ଘୋଷଣା ପ୍ରତ୍ୟାହାର କରିନେଲେ। ପିଟିଆଇ ଏକ ଭିଡିଓ ଜାରି କରିଛି ଯେଉଁଥିରେ ସେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ହେବାର ଖବର ଉପରେ କହିଛନ୍ତି ଯେ,ଏହା ସରକାରୀ ନୁହେଁ। ମୁଁ ଏପର୍ଯ୍ୟନ୍ତ କୌଣସି ଚୁକ୍ତି ସ୍ବାକ୍ଷର କରିନାହିଁ । ମୋର କାର୍ଯ୍ୟକାଳ ବିଷୟରେ ବିସିସିଆଇ ସହିତ ଏକ ଆଲୋଚନା ହୋଇଥିଲା। ଯେବେବେଳେ ମୋ ପାଖକୁ ଦସ୍ତାବିଜ୍‌ ଆସିଯିବ, ମୁଁ ଦସ୍ତଖତ କରିବି ।

ଦିଲ୍ଲୀର ବିସିସିଆଇ ସଚିବ ଜୟ ଶାହା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ବୈଠକ ପରେ ଦ୍ରାବିଡଙ୍କ ଏହି ବିବୃତ୍ତି ଆସିଛି। ଏହି ବୈଠକରେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଦଳ ଚୟନ ହେବାର ଥିଲା। ଚୁକ୍ତିନାମା ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଥିଲା। ଦଳ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ, କିନ୍ତୁ ଦ୍ରାବିଡଙ୍କ ଏହି ବିବୃତ୍ତି ନିଶ୍ଚିତ ଭାବରେ ବିସିସିଆଇ ଉପରେ ପ୍ରଶ୍ନ ଉଠାଇଛି।

Share