Categories: ଖେଳ

ଦ୍ୱିତୀୟ ଦିନର ଖେଳ ଶେଷ: ଅଷ୍ଟ୍ରେଲିଆ ୬୨ରନ୍‌ରେ ଅଗ୍ରଣୀ

ନୂଆଦିଲ୍ଲୀ,୧୮।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିଲ୍ଲୀ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଶେଷ ହୋଇଛି। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୧ ଉଇକେଟ ହରାଇ ମୋଟ ୬୨ରନ୍‌ ଅଗ୍ରଣୀ ହାସଲ କରିଛି। ଟ୍ରାଭିସ ହେଡ୍‌ ୩୯ ଏବଂ ମାର୍ନସ ଲାବୁଶେନ୍‌ ୧୬ ରନ୍‌ କରି ଅପରାଜିତ ଅଛନ୍ତି।

ପ୍ରକାଶ ଯେ, ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ କରିଥିଲା। ଏହାର ଜବାବରେ ଭାରତୀୟ ଟିମ୍‌ ୨୬୨ରେ ଅଲଆଉଟ୍‌ ହୋଇଥିଲା। ପ୍ରଥମ ଇନିଂସ ଆଧାରରେ ଅଷ୍ଟ୍ରେଲିଆ ୧ ରନ୍‌ରେ ଅଗ୍ରଣୀ ହୋଇଥିଲା।

Share