Categories: ଖେଳ

ଜିମ୍ବାଓ୍ବେ ଗସ୍ତରେ ବାହାରିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨।୭: ଭିଭିଏସ ଲକ୍ଷ୍ମଣଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଜିମ୍ବାୱେ ଗସ୍ତରେ ଯାଇଛି। ବିସିସିଆଇ ଭାରତୀୟ ଖେଳାଳିଙ୍କ କିଛି ଫଟୋ ଶେୟାର କରିଛି। ଏଥିରେ ଭିଭିଏସ ଲକ୍ଷ୍ମଣ, ରିଆନ ପରାଗ ଏବଂ ଅନ୍ୟାନ୍ୟ ଖେଳାଳି ନଜର ଆସିଛନ୍ତି।
ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳ ଜିମ୍ବାୱେ ବିପକ୍ଷରେ ପାଞ୍ଚଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଅଧିକାଂଶ ବରିଷ୍ଠ ଖେଳାଳି ଏହି ଗସ୍ତରୁ ବାଦ୍‌ ପଡ଼ିଛନ୍ତି। ଯୁବ ଖେଳାଳିମାନଙ୍କୁ ଜିମ୍ବାୱେ ଯାତ୍ରା ପାଇଁ ଦଳରେ ସ୍ଥାନ ଦିଆଯାଇଛି। ଶୁଭମାନ ଗିଲଙ୍କୁ ଟିମ୍‌ଇଣ୍ଡିଆର ଅଧିନାୟକ କରାଯାଇଛି।
ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ ମଧ୍ୟରେ ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହୋଇଥିଲା। ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଏହି ଦଳରେ ସ୍ଥାନ ଦିଆଯାଇଥିଲା। ଯୁବ ଖେଳାଳିଙ୍କ ଦ୍ୱାରା ସଜ୍ଜିତ ଏହି ଦଳର ଅଧିନାୟକ ଶୁଭମାନ ଗିଲଙ୍କୁ ନିଯୁକ୍ତ କରାଯାଇଥିଲା। ଅଭିଷେକ ଶର୍ମା, ରିୟାନ ପରାଗ, ତୁଷାର ଦେଶପାଣ୍ଡେ ପ୍ରଥମ ଥର ପାଇଁ ଭାରତୀୟ ଦଳର ସ୍ଥାନ ପାଇଛନ୍ତି।
ଜିମ୍ବାୱେ ସିରିଜ ପାଇଁ ଭାରତୀୟ ଦଳ: ଶୁଭମନ ଗିଲ (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ରୁତୁରାଜ ଗାଇକ୍ୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ (ଉଇକେଟ୍‌ କିପର), ଧ୍ରୁଭ ଜୁରେଲ (ଉଇକେଟ୍‌ କିପର), ରିଆନ ପରାଗ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଆବେଶ ଖାନ, ଖାଲିଲ ଅହମ୍ମଦ , ମୁକେଶ କୁମାର, ତୁଷାର ଦେଶପାଣ୍ଡେ, ଶିବମ ଦୁବେ।
ଜିମ୍ବାୱେ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଆନ୍ତର୍ଜାତୀୟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ୬ ଜୁଲାଇରେ ଖେଳାଯିବ। ଦ୍ୱିତୀୟ ଟି-୨୦ ମ୍ୟାଚ ୭ ଜୁଲାଇରେ, ତୃତୀୟଟି ୧୦ ଜୁଲାଇରେ ଚତୁର୍ଥ, ୧୩ ଜୁଲାଇରେ ଚତୁର୍ଥ ଏବଂ ୧୪ ଜୁଲାଇରେ ଖେଳାଯିବ। ଏହି ସମସ୍ତ ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୪.୩୦ରେ ଆରମ୍ଭ ହେବ ଏବଂ ଜିମ୍ବାୱେର ରାଜଧାନୀ ହରାରେର ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯିବ।

Share