Posted inଖେଳ

ପୁଅଙ୍କୁ କ୍ରିକେଟର କରିବା ଲାଗି ଦୋକାନ ବିକିଥିଲେ ବାପା, ଟିମ୍‌ ଇଣ୍ଡିଆର ଏହି ଖେଳାଳି ଏବେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ…

ନୂଆଦିଲ୍ଲୀ,୯।୧୧: ୧୮ ବର୍ଷ ବୟସରେ ଟିମ୍‌ ଇଣ୍ଡିଆ ଲାଗି ଡେବ୍ୟୁ କରିଥିବା ପୃଥ୍ବୀ ଶ’ଙ୍କ ଆଜି ଅର୍ଥାତ ଗୁରୁବାର ହେଉଛି ଜନ୍ମଦିନ। ସେ ନିଜର ଡେବ୍ୟୁ ମ୍ୟାଚ୍‌ରେ ଶତକ ମାରି ଇତିହାସ ରଚିଥିଲେ। ଶ’ ପାଲଟିଥିଲେ ଭାରତ ଲାଗି ସବୁଠାରୁ କମ୍‌ ବୟସରେ ଡେବ୍ୟୁ ମ୍ୟାଚ୍‌ରେ ଶତକ ମାରିଥିବା ବ୍ୟାଟ୍ସମ୍ୟାନ। ସେ ଜାତୀୟ ଦଳରୁ ସମସ୍ତ ଫର୍ମାଟରେ ୧୨ ମ୍ୟାଚ୍‌ ଖେଳିଛନ୍ତି। ତେବେ ଫିଟ୍‌ନେସ ଏବଂ ଶୃଙ୍ଖଳାଗତ ସମସ୍ୟାକୁ ନେଇ ସେ ଅନେକ ମୁକାବିଲା ମିସ୍‌ କରିଥିଲେ। ବର୍ତ୍ତମାନ ସେ ଟିମ୍‌ ଇଣ୍ଡିଆରୁ ବାହାରେ ଅଛନ୍ତି। ସେ ୨୦୨୧ ପରଠାରୁ ଭାରତ ଜର୍ସି ପିନ୍ଧି ନାହାନ୍ତି।

ୱେଷ୍ଟଇଣ୍ଡିଜ ବିପକ୍ଷ ଡେବ୍ୟୁ ସିରିଜରେ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ୨୩୭ ରନ ସ୍କୋର କରିବା ପରେ ଶ ’ଫେବୃଆରୀ ୨୦୨୦ରେ ଭାରତ ପାଇଁ ଖେଳିଥିଲେ। ପ୍ରଥମ ମ୍ୟାଚ ପୂର୍ବରୁ ୱାର୍ମଅପ୍‌ ଖେଳରେ ତାଙ୍କ ଗୋଡରେ ଆଘାତ ଲାଗିବା ପରେ ସେ ୨୦୧୮-୧୯ ବର୍ଡର ଗାଭାସ୍କର ସିରିଜରୁ ବଞ୍ଚିତ ହୋଇଥିଲେ। ପରେ ଡୋପିଂ ଉଲ୍ଲଂଘନ ହେତୁ ଶ’ଙ୍କୁ ୨୦୧୯-୨୦ରେ ପରବର୍ତ୍ତୀ ଘରୋଇ ସିଜନ୍‌ ପାଇଁ ନିଲମ୍ବିତ କରାଯାଇଥିଲା। ସେ ଏକ କଫସିରପ ଖାଇଥିଲେ ଯେଉଁଥିରେ ଏକ ପଦାର୍ଥ ରହିଥିଲା ଯାହା WADA ନିଷେଧ ପଦାର୍ଥ ତାଲିକାରେ ରହିଥିଲା। ଏହାକୁ ନେଇ ତାଙ୍କୁ ଆଠ ମାସ ପାଇଁ ନିଲମ୍ବିତ କରାଯାଇଥିଲା। ଫଳରେ ସେ ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରୁ ବାଦ ପଡ଼ିଥିଲେ। ସେ ଶେଷ ଥର ପାଇଁ ଜୁଲାଇ ୨୦୨୧ରେ ଖେଳିଥିଲେ। ସେବେଠାରୁ ଶ’ ଘରୋଇ କ୍ରିକେଟ ଏବଂ ଆଇପିଏଲ୍‌ରେ ନିଜର ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି। ଆସାମ ବିପକ୍ଷ ରଣଜୀ ଟ୍ରଫି ୨୦୨୨-୨୩ରେ ସେ ତ୍ରିଶତକ ମାରିଥିଲେ। ଆଇପିଏଲ ୨୦୨୧ ଏବଂ ୨୦୨୨ ଭଲ ଥିବା ବେଳେ ୨୦୨୩ ଭଲ ନ ଥିଲା। ଏହି ସିଜନର ୮ ମ୍ୟାଚ୍‌ରେ ସେ ହାରାହାରି ୧୩.୨ ଭାବେ ରନ୍‌ ସ୍କୋର କରିଥିଲେ।

ବ୍ୟକ୍ତିଗତ ଜୀବନକୁ ଦେଖିଲେ ଶ’ ୪ ବର୍ଷ ବୟସରେ ମା’ଙ୍କୁ ହରାଇଥିଲେ। ଏହା ତାଙ୍କ ଲାଗି ବଡ଼ ଝଟ୍‌କା ଥିଲା। ପୃଥ୍ବୀଙ୍କ ବାପା ସ୍ତ୍ରୀଙ୍କ ମୃତ୍ୟୁ ପରେ ତାଙ୍କୁ ଏକ କ୍ରିକେଟ ଏକାଡେମୀରେ ଭର୍ତ୍ତି କରିଥିଲେ। ସେ ନିଜର ଜୀବନ ପୃଥ୍ବୀଙ୍କ ଲାଗି ଉତ୍ସର୍ଗ କରି ସ୍ବପ୍ନକୁ ସାକାର କରିବାକୁ ପ୍ରୟାସ କରିଥିଲେ। ସେ ପୋଷାକ ବ୍ୟବସାୟ କରୁଥିଲେ। ହେଲେ ପୃଥ୍ବୀଙ୍କ ଲାଗି ସେ ନିଜ ଦୋକାନ ବିକ୍ରି କରିଥିଲେ। ଏପରି କରି ସେ ତାଙ୍କ ସହ ସର୍ବଦା ରହିଥିଲେ।

ମୋଟ ସମ୍ପତ୍ତି ଦେଖିଲେ ପୃଥ୍ବୀ ୨୫ କୋଟି ସମ୍ପତ୍ତିର ମାଲିକ। ମହାରାଷ୍ଟ୍ରର ଭିରାରେ ତାଙ୍କର ବିଳାସପୂର୍ଣ୍ଣ ଘର ରହିଛି। ଏହାଛଡ଼ା ତାଙ୍କ ରିଅଲ ଇଷ୍ଟେଟ୍‌ରେ ସମ୍ପତ୍ତି ରହିଛି। ଏହାସହ ତାଙ୍କ ପାଖରେ ଦୁନିଆର ସର୍ବୋତ୍ତମ ବିଳାସପୂର୍ଣ୍ଣ କାର ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରିସ୍ଥିତି ନା ରଣନୀତି…ହେମନ୍ତ ସୋରେନଙ୍କ ବରହେଟ୍‌ରେ କାହିଁକି ପ୍ରାର୍ଥୀ ଦେଉନାହିଁ ଭାଜପା?

ରାଞ୍ଚି,୨୬।୧୦: ଝାଡ଼ଖଣ୍ଡର ୬୮ ଆସନରେ ନିର୍ବାଚନ ଲଢ଼ୁଥିବା ଭାଜପା ୬୬ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଯେଉଁ ୨ ଆସନରେ ଦଳ ପ୍ରାର୍ଥୀ ଦେଇ...

୨୨ ବର୍ଷରେ ଇତିହାସ ରଚିଲେ ଜୟସ୍ବାଲ, ଭାଙ୍ଗିଲେ ୪୫ ବର୍ଷ ପୁରୁଣା ରେକର୍ଡ

ପୁଣେ,୨୫।୧୦: ଟିମ୍‌ ଇଣ୍ଡିଆର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଚଳିତ ବର୍ଷ ସେ ଟେଷ୍ଟ ଫର୍ମାଟରେ ସେ ଜବରଦସ୍ତ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

ଇତିହାସ ରଚିଦେଲା ନ୍ୟୁଜିଲାଣ୍ଡ, ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ

ପୁଣେ,୨୬।୧୦: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ...

କାହିଁକି ଶାମିଙ୍କୁ ମିଳିଲାନି ଭାରତୀୟ ଦଳରେ ସ୍ଥାନ

ନୂଆଦିଲ୍ଲୀ,୨୬।୧୦: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ବର୍ଡର-ଗାଭାସ୍କର ଟ୍ରଫି ପାଇଁ ୧୮ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯାଇଥିବା ଏହି...

ସଙ୍କଟରେ ଟିମ୍‌ ଇଣ୍ଡିଆ: ସ୍ପିନ୍‌ ଖେଳିବାରେ ବିଫଳ

ପୁଣେ, ୨୬।୧୦:କ୍ୱାଲିଟି ସ୍ପିନ୍‌ ବୋଲିଂକୁ ମୁକାବିଲା କରିବାରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପଦାରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୨୬।୧୦:ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦିଲ୍ଲୀ ସ୍ପିଡ୍‌ଷ୍ଟର ହର୍ଷିତ ରାଣା ଓ ଆନ୍ଧ୍ର ସିମ୍‌...

ଖୋ ଖୋ ବିଶ୍ୱକପ୍‌ରେ ଭାଗ ନେବେ ୨୪ ଦେଶ

ନୂଆଦିଲ୍ଲୀ, ୨୬ା୧୦: ସ୍ଥାନୀୟ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଖୋଖୋ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri