Categories: ଖେଳ

ଲଗାତାର ପରାଜୟ ପରେ ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ତଳକୁ ଖସିଲା ପାକିସ୍ତାନ, ଦ୍ୱିତୀୟ ସ୍ଥାନରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୫।୯: ଏସିଆ କପ୍‌ରେ ଖରାପ ପ୍ରଦର୍ଶନକୁ ନେଇ ଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛି ପାକିସ୍ତାନ। ଲଗାତାର ୨ ମ୍ୟାଚ୍‌ ହାରିବା ପରେ ଦଳ ଟୁର୍ନାମେଣ୍ଟ ସହ ଆଇସିସିର ତାଜା ର଼୍ୟାଙ୍କିଙ୍ଗ୍‌ରେ ତଳକୁ ଖସିଛି। ଜାରି ସଦ୍ୟ ର଼୍ୟାଙ୍କିଙ୍ଗ୍‌ରେ ଟିମ ଇଣ୍ଡିଆ(୧୧୬ ପଏଣ୍ଟ) ସହ ପାକିସ୍ତାନକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ ହାସିଲ କରିଛି। ୧୧୮ରେଟିଂ ପଏଣ୍ଟରେ ଅଷ୍ଟ୍ରେଲିଆ ଦଳ ଶୀର୍ଷ ସ୍ଥାନରେ ରହିଛି। ପାକିସ୍ତାନ ୧୧୫ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଖସିଛି।

ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ଭାରତ ଟି୨୦ ଏବଂ ଟେଷ୍ଟ କ୍ରିକେଟରେ ନମ୍ବର-୧ ହୋଇ ରହିଛି। ଏବେର ର଼୍ୟାଙ୍କିଙ୍ଗ୍‌କୁ ଦେଖିଲେ ଭାରତୀୟ ଟିମ୍‌ ପାଖରେ ନମ୍ବର-୧ ହେବାର ସୁଯୋଗ ରହିଛି। ଯଦି ସୁପର-୪ ର ଅନ୍ତିମ ମୁକାବିଲାରେ ଦଳ ବାଲାଂଦେଶକୁ ପରାଜିତ କରେ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆ ପରାଜିତ ହୁଏ ତେବେ ଟିମ୍‌ ଇଣ୍ଡିଆ ଦିନିକିଆରେ ଶୀର୍ଷ ସ୍ଥାନରେ ପହଞ୍ଚିପାରେ।

Share