Categories: ଜାତୀୟ

କାହିଁକି କେବଳ କୋଭିଶିଲ୍ଡ ଟିକା ନେଉଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳିମାନେ

ନୂଆଦିଲ୍ଲୀ,୧୧।୫ : ଗତ କିଛି ଦିନ ହେଲା ଭାରତୀୟ ଖେଳାଳିମାନେ କୋଭିଡ୍‌-୧୯ ଟିକା ନେଉଥିବା ଖବର ଆସୁଛି। ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ପାଇଁ ଘୋଷିତ ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇଥିବା ୨୪ ଜଣ ଖେଳାଳିମାନେ କେବଳ କୋଭିଶିଲ୍ଡ ଟିକା ନେଉଛନ୍ତି। ଏହା ପଛରେ ଏକ ବଡ଼ କାରଣ ରହିଛି।

ଟିକାର ପ୍ରଥମ ଡୋଜ ଓ ଦ୍ୱିତୀୟ ଡୋଜ ମଧ୍ୟରେ ଅତିକମ୍‌ରେ ୨୮ ଦିନର ବ୍ୟବଧାନ ରହିବା ଦରକାର। କିନ୍ତୁ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଭାରତରେ ଦ୍ୱିତୀୟ ଡୋଜ ନେଇ ପାରିବେ ନାହିଁ। କାରଣ ନ୍ୟୁଜିଲାଣ୍ଡ ବିପକ୍ଷ ଡବ୍ଲ୍ୟୁଟିସି ଫାଇନାଲ ମ୍ୟାଚ୍‌ ଲାଗି ଭାରତୀୟ ଦଳ ଜୁନ ୨ ତାରିଖରେ ୟୁକେ ଗସ୍ତ କରିବ। କୋଭିଶିଲ୍ଡ ଟିକା ୟୁକେ କମ୍ପାନୀ ଅକ୍ସଫୋର୍ଡ-ଆଷ୍ଟ୍ରଜେନେକା ଦ୍ୱାରା ପ୍ରସ୍ତୁତ। ଏଣୁ ସମାନ ଟିକା ୟୁକେରେ ଅତି ସମଜରେ ଉପଲବ୍ଧ ହେବ। ଫଳରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ବେଳେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ବିନା ଅସୁବିଧାରେ ଦ୍ୱିତୀୟ ଡୋଜ ନେଇପାରିବେ।

Share