Categories: ଖେଳ

ରଣନୀତିକୁ ନେଇ ଚମକାଇଲେ ରୋହିତ, ବିଶ୍ୱକପ୍‌ର ପ୍ରତିଟି ମ୍ୟାଚ୍‌ରେ ଭାରତ ଏକାଦଶରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୨୨।୧୦: ଟି୨୦ ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମଧ୍ୟରେ ରବିବାର ମହାମୁକାବିଲା ଅନୁଷ୍ଠିତ ହେବ। ସୁପର-୧୨ ଗ୍ରୁପ୍‌ରେ ଉଭୟ ଟିମ୍‌ର ଏହା ପ୍ରଥମ ମ୍ୟାଚ୍‌। ଏହାକୁ ନେଇ ଉଭୟ ଟିମ୍‌ ଭିନ୍ନ ରଣନୀତି ଆପଣାଉଛନ୍ତି। ତେବେ ମୁକାବିଲା ପୂର୍ବରୁ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଏନେଇ ଅନେକ କିଛି ଖୁଲାସା କରିଛନ୍ତି।

ପାକିସ୍ତାନ ବିପକ୍ଷ ଭାରତ ଏକାଦଶକୁ ନେଇ ରୋହିତ କହିଛନ୍ତି ପାଗ ଉପରେ ସବୁକିିଛି ନିର୍ଭର କରୁଛି। ମଇଦାନର ଅବସ୍ଥା କିଭଳି ରହିବ। ମ୍ୟାଚ୍‌ ସମୟରେ ପିଚ୍‌ କିଭଳି ରହିବ ଏହା ଦେଖିବାକୁ ହେବ। ଏମିତିରେ ଭାରତ ଏକାଦଶରେ କେଉଁ ଖେଳାଳିଙ୍କୁ ସାମିଲ କରାଯିବ ତାହା ଜଣାଯିବ ବୋଲି ସେ କହିଛନ୍ତି।

ସେହିଭଳି ଅନ୍ୟ ସବୁ ମ୍ୟାଚ୍‌ରେ ଦଳ ଏବଂ ସ୍ଥିତି ଅନୁଯାୟୀ ଭାରତ ଏକାଦଶରେ ଗୋଟିଏ କିମ୍ବା ଦୁଇଟି ପରିବର୍ତ୍ତନ କରାଯାଇପାରେ। ଆମେ ଏଥିଲାଗି ପ୍ରସ୍ତୁତ ବୋଲି ରୋହିତ ସ୍ପଷ୍ଟ କରିଛନ୍ତି। ଏମିତିରେ ବିଶ୍ୱକପ୍‌ର ପ୍ରତିଟି ମ୍ୟାଚ୍‌ରେ ଭାରତ ପ୍ଲେଇଂ-୧୧ରେ ପରିବର୍ତ୍ତନ କରିବ ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି।

କହିରଖୁଛୁ, ଭାରତ ସୁପର-୧୨ ମୁକାବିଲାରେ ମୋଟ ୧୨ ମ୍ୟାଚ୍‌ ଖେଳିବ। ଦଳ ୩ରୁ ଅଧିକ ମ୍ୟାଚ୍‌ ଜିତିଲେ ସେମିଫାଇନାଲ ଟିକେଟ ପାଇବ। ଏହାପରେ ଦଳ ନିଜର ପ୍ରଦର୍ଶନ ଅନୁଯାୟୀ ଫାଇନାଲ ଖେଳିବ କି ନା ତାହା ଜଣାପଡ଼ିବ।

Share