Categories: ଖେଳ

ଏସିଆ କପ୍‌ରେ ଏହି ୧୫ ଖେଳାଳିଙ୍କୁ ଟିମ ଇଣ୍ଡିଆରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୨୫।୭: ଏସୀୟ କ୍ରିକେଟର ମହାକୁମ୍ଭ ଅର୍ଥାତ୍‌ ୨୦୨୩ ଏସିଆ କପ୍‌ ଅଗଷ୍ଟ ୩୦ରୁ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯିବ। ସେପ୍ଟେମ୍ବର ୨ରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ। ୨୦୨୩ଏସିଆ କପ୍‌ର କାର୍ଯ୍ୟସୂଚୀ ଘୋଷଣା ହୋଇସାରିଛି। ତେବେ ବିସିସିଆଇ ଏ ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟ ପାଇଁ ଟିମ ଇଣ୍ଡିଆର ଘୋଷଣା କରିନାହିଁ। ଏହା ପୂର୍ବରୁ ଜାଣନ୍ତୁ ଏହି ଟୁର୍ନାମେଣ୍ଟ ପାଇଁ ଭାରତର ୧୫ ସଦସ୍ୟ ବିଶିଷ୍ଟ ଦଳ କିଭଳି ହୋଇପାରିବ।

ଏସିଆ କପ୍‌ ଆରମ୍ଭ ପୂର୍ବରୁ ଭାରତର ପ୍ରମୁଖ ଖେଳାଳିମାନେ ଫିଟ୍‌ ହେବେ ବୋଲି ଅନେକ ରିପୋର୍ଟରେ ଦର୍ଶାଯାଇଛି। ଏହି କାରଣରୁ ବିସିସିଆଇ ଟୁର୍ନାମେଣ୍ଟ ପାଇଁ ଦଳ ଘୋଷଣା କରିନାହିଁ। ଏହି ଟୁର୍ନାମେଣ୍ଟରେ କେ.ଏଲ ରାହୁଲ, ଶ୍ରେୟସ ଆୟର ଏବଂ ଜସପ୍ରୀତ ବୁମ୍‌ରାଙ୍କୁ ସମସ୍ତେ ଦେଖିବାକୁ ପାଇବେ ବୋଲି ବିଶ୍ୱାସ କରାଯାଉଛି। ଏହା ବ୍ୟତୀତ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସ୍ଥାନ ମିଳିନାହିଁ।

ଏସିଆ କପ୍‌ରେ କେ.ଏଲ ରାହୁଲ ଉଇକେଟ୍‌କିପର ଭାବରେ ମଧ୍ୟମ କ୍ରମରେ ଖେଳୁଥିବା ଦେଖିବାକୁ ମିଳିବ। ଏହା ବ୍ୟତୀତ ସଞ୍ଜୁ ସାମସନଙ୍କୁ ରିଜର୍ଭ ଉଇକେଟ୍‌କିପର ଭାବରେ ଦଳରେ ଅନ୍ତର୍ଭୁକ୍ତ କରାଯାଇପାରେ। ଅନ୍ୟପକ୍ଷରେ ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାୟକୱାଡ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଏସିଆ କପ୍‌ ଦଳରେ ସ୍ଥାନ ପାଇବା କଷ୍ଟକର।

ଏସିଆ କପ ପାଇଁ ଭାରତର ସମ୍ଭାବ୍ୟ ୧୫ ଜଣିଆ ଦଳ – ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ (ଉଇକେଟ୍‌ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ, ଜସପ୍ରୀତ ବୁମ୍‌ରା, ଭୁବନେଶ୍ୱର କୁମାର, ସଞ୍ଜୁ ସାମସନ, ମହମ୍ମଦ ଶାମି ଏବଂ ଶାର୍ଦ୍ଦୁଲ ଠାକୁର।

Share