Categories: ଖେଳ

ବିଶ୍ୱ ବିଜୟୀ ଦଳକୁ ସ୍ବାଗତ କରିବା ପାଇଁ ମୁମ୍ବାଇରେ ଜନସମୁଦ୍ର

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଭାରତୀୟ ଦଳ ଦିଲ୍ଲୀରୁ ବାହାରି ମୁମ୍ବାଇରେ ପହଞ୍ଚିଛନ୍ତି। ଅପରାହ୍ନ ପ୍ରାୟ ୫.୨୮ ସମୟରେ ଭାରତୀୟ ଦଳର ବିମାନ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିଛି। ବିମାନବନ୍ଦରରେ ଅବତରଣ କରିବା ପରେ ଟିମ ଇଣ୍ଡିଆକୁ ମେରାଇନ ଡ୍ରାଇଭକୁ ନିଆଯିବ, ଯେଉଁଠାରେ ବିଜୟ ପରେଡ ହେବାକୁ ଯାଉଛି ଏବଂ ସେଠାରେ ହଜାର ହଜାର ପ୍ରଶଂସକ ଉପସ୍ଥିତ ଅଛନ୍ତି। ବିଶ୍ୱ ବିଜୟୀ ଦଳକୁ ସ୍ବାଗତ କରିବା ପାଇଁ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ହେଲେ ବିଜୟ ପରେଡ ଅନୁଷ୍ଠିତ ହେବାକୁ ଯାଉଥିବା ସ୍ଥାନରେ ବର୍ଷା ହେଉଛି। ପ୍ରବଳ ବର୍ଷା ସତ୍ତ୍ୱେ ପ୍ରଶଂସକଙ୍କ କ୍ରେଜ କମିବାର କୌଣସି ଚିହ୍ନ ଦେଖାଉ ନାହିଁ ଏବଂ ଲୋକମାନେ ଷ୍ଟାଡିୟମରେ ଛତା ଧରି ଟିମ ଇଣ୍ଡିଆକୁ ଅପେକ୍ଷା କରିଛନ୍ତି।

Share