Categories: ଖେଳ

ରୋମାଞ୍ଚକର ବିଜୟ ସହ ଫାଇନାଲରେ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌

ବର୍ମିଂହାମ,୬।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ପଦକ ପକ୍କା କରିଛି ଭାରତୀୟ ମହିଳା କ୍ରିକେଟ ଟିମ୍‌। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ମହିଳା କ୍ରିକେଟକୁ ସାମିଲ କରାଯାଇଥିବା ବେଳେ ଭାରତ ପ୍ରଥମ ଟିମ ଭାବେ ଫାଇନାଲରେ ପ୍ରବେଶ କରିଛି। ଶନିବାର ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ସେମି ଫାଇନାଲରେ ଟିମ୍‌ ଇଣ୍ଡିଆ ୪ ରନରେ ବିଜେତା ହୋଇ ପଦକ ପକ୍କା କରିଛି। ତେବେ ଫାଇନାଲରେ ଭାରତ ପରାଜିତ ହେଲେ ହେଁ ରୌପ୍ୟ ପଦକ ହାସଲ କରିବ।

ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ୧୬୪ ରନ କରିଥିଲା। ଏହାର ଜବାବରେ ଇଂଲଣ୍ଡ ୬ ଉଇକେଟ ହରାଇ କେବଳ ୧୬୦ ରନ କରିପାରଥିଲା। ଶେଷ ଓଭରରେ ଇଂଲଣ୍ଡକୁ ଜିତିବା ପାଇଁ ୧୪ ରନ ଦରକାର ଥିବା ବେଳେ ଦଳ କେବଳ ୯ ରନ କରିବାକୁ ସକ୍ଷମ ହୋଇଥିଲା। ମ୍ୟାଚ୍‌ ଏତେ ରୋମାଞ୍ଚକର ଥିଲା ଯେ ଭାରତକୁ ଶେଷ ବଲ୍‌ରେ ଫାଇନାଲ ଟିକେଟ ମିଳିଛି। ଭାରତ ପକ୍ଷରୁ ସ୍ନେହା ରାଣା ଦୁଇଟି ଉଇକେଟ ନେଇଥିବା ବେଳେ ଦୀପ୍ତି ଶର୍ମା ଗୋଟିଏ ଉଇକେଟ ନେଇଛନ୍ତି।

Share