Categories: ଖେଳ

ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ୍‌ ଖେଳିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୬।୭: ବିସିସିଆଇ ୨୦୨୩-୨୪ ସିଜିନ ପାଇଁ ଭାରତୀୟ କ୍ରିକେଟ ଦଳର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଅକ୍ଟୋବର-ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପ ପୂର୍ବରୁ ରୋହିତ ବ୍ରିଗେଡ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳିବ। ବିଶ୍ୱକପ ପାଇଁ ପ୍ରସ୍ତୁତି ଦୃଷ୍ଟିରୁ ଏହି ସିରିଜ୍‌ ଟିମ ଇଣ୍ଡିଆ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇପାରେ।

ଦିନିକିଆ ବିଶ୍ୱକପ ପୂର୍ବରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ ୨୨ ସେପ୍ଟେମ୍ବରରେ ମୋହାଲିରେ, ୨୪ ସେପ୍ଟେମ୍ବର ଇନ୍ଦୋରରେ ଏବଂ ୨୭ ସେପ୍ଟେମ୍ବରରେ ରାଜକୋଟରେ ତୃତୀୟ ମ୍ୟାଚ ଖେଳାଯିବ।

ଦିନିକିଆ ବିଶ୍ୱକପ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ମଧ୍ୟ ଖେଳାଯିବ। ଟି -୨୦ ସିରିଜ ୨୩ ନଭେମ୍ବରରୁ ଆରମ୍ଭ ହେବ। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପରେ ଟିମ ଇଣ୍ଡିଆ ଆଫଗାନିସ୍ତାନ ବିପକ୍ଷରେ ସିରିଜ ଖେଳିବ। ଭାରତ-ଆଫଗାନିସ୍ତାନ ସିରିଜର ପ୍ରଥମ ମ୍ୟାଚ ୧୧ ଜାନୁୟାରୀ ୨୦୨୪ରେ ଖେଳାଯିବ। ଏହି ସିରିଜରେ ଭାରତ-ଆଫଗାନିସ୍ତାନ ଦଳ ୩ ଟି -୨୦ ମ୍ୟାଚ ଖେଳିବେ।

 

Share