Categories: ଖେଳ

ପାକିସ୍ତାନକୁ ୨୬୭ ରନର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ…

କାଣ୍ଡି,୨।୯ : ଏସିଆ କପର ତୃତୀୟ ମ୍ୟାଚରେ ଶ୍ରୀଲଙ୍କାର କାଣ୍ଡିର ପଲେକଲେ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଗ୍ରୁପ ଏରେ ଭାରତ ନିଜର ପ୍ରଥମ ମ୍ୟାଚରେ ୪୮.୫ ଓଭରରେ ୧୦ ଓ୍ବିକେଟ ହରାଇ ୨୬୬ ରନ କରିଛି। ଫଳରେ ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୨୬୭ରନର ଟାର୍ଗେଟ ରହିଛି।
ଟସ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳ ପକ୍ଷରୁ ରୋହିତ ଶର୍ମା ୧୧ ରନ କରିଥିବାବେଳେ ଶୁବମାନ ଗିଲ ୧୦, ବିରାଟ କୋହଲି ୪, ଶ୍ରେୟଶ ଆୟାର ୧୪, ଇଶାନ କିଶନ ୮୨ , ହାର୍ଦ୍ଦିକ ପାଣ୍ଡ୍ୟା ୮୭ ରନ କରିଥିଲେ।

Share