Posted inଖେଳ

Team Indiaରେ ସୁଯୋଗ ମିଳୁନାହିଁ ବୋଲି ପୃଥ୍ବୀଙ୍କ ଭଳି ବଡ଼ ନିଷ୍ପତ୍ତି ନେଲେ ଶାର୍ଦ୍ଦୁଳ, ଏଣିକି…

ନୂଆଦିଲ୍ଲୀ,୧୮।୨: ଭାରତର ଷ୍ଟାର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ବହୁତ ଦିନ ଧରି ଟିମ୍‌ ଇଣ୍ଡିଆରୁ ବାହାରେ ଅଛନ୍ତି। ସେ ୧ ବର୍ଷରୁ ଅଧିକ ସମୟ ଧରି କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନାହାନ୍ତି। ତଥାପି ସେ ନିରନ୍ତର ଭାବେ ଘରୋଇ କ୍ରିକେଟରେ ଅଂଶଗ୍ରହଣ କରୁଛନ୍ତି। ବର୍ତ୍ତମାନ ସେ ରଣଜୀ ଟ୍ରଫିରେ ମୁମ୍ବାଇ ଦଳ ପାଇଁ ଖେଳୁଛନ୍ତି, ଯେଉଁଠାରେ ତାଙ୍କ ଦଳ ବିଦର୍ଭ ବିପକ୍ଷରେ ଖେଳୁଛି। ଅପରପକ୍ଷେ ଟିମ ଇଣ୍ଡିଆକୁ ତାଙ୍କର ପ୍ରତ୍ୟାବର୍ତ୍ତନ ଦେଖାଯାଉନାହିଁ। ଏପରି ପରିସ୍ଥିତିରେ ଶାର୍ଦ୍ଦୁଳ ଠାକୁର ଏକ ବଡ଼ ନିଷ୍ପତ୍ତି ନେବେ। ସେ ତାଙ୍କ ମୁମ୍ବାଇ ଦଳର ସାଥୀ ପୃଥ୍ବୀ ଶ’ଙ୍କ ପଥ ଅନୁସରଣ କରିବାକୁ ଯାଉଥିବା କୁହାଯାଉଛି।
କହିବାକୁ ଗଲେ ପୃଥ୍ବୀ ଶ’ ମଧ୍ୟ ବହୁ ବର୍ଷ ଧରି ଟିମ୍‌ ଇଣ୍ଡିଆ ପାଇଁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନାହାନ୍ତି। ଏପରି ପରିସ୍ଥିତିରେ ଦଳରେ ପ୍ରତ୍ୟାବର୍ତ୍ତନ ପାଇଁ, ସେ ଇଂଲଣ୍ଡରେ ଖେଳାଯାଇଥିବା କାଉଣ୍ଟି ଚାମ୍ପିଅନଶିପରେ ଅନେକ ଥର ଅଂଶଗ୍ରହଣ କରିଛନ୍ତି। ଏବେ ଶାର୍ଦ୍ଦୁଳ ଠାକୁର ମଧ୍ୟ ସମାନ କିଛି କରିବାକୁ ଯାଉଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶାର୍ଦ୍ଦୁଳ ୨୦୨୫ କାଉଣ୍ଟି ଚାମ୍ପିଅନଶିପ ପାଇଁ ଏସେକ୍ସ ଦଳର ଅଂଶ ହେବାକୁ ଯାଉଛନ୍ତି। ଟିମ ଇଣ୍ଡିଆ ଜୁନ୍‌ରେ ଇଂଲଣ୍ଡ ବିପକ୍ଷରେ ଏକ ଟେଷ୍ଟ ସିରିଜ ଖେଳିବ। ଏଣୁ ଶାର୍ଦ୍ଦୁଳ କାଉଣ୍ଟି ଚାମ୍ପିଅନଶିପରେ ଭଲ ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆରେ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି।
କହି ରଖୁଛୁ , ଶାର୍ଦ୍ଦୁଳ ଠାକୁର ଏଥର IPLର ଅଂଶ ନାହାନ୍ତି। ତାଙ୍କୁ ଆଇପିଏଲ୍‌ ୨୦୨୫ ପାଇଁ ଚେନ୍ନାଇ ସୁପର କିଙ୍ଗସ୍‌ ରିଟେନ୍‌ କରି ନ ଥିଲା ଏବଂ ତା’ପରେ କୌଣସି ଦଳ ତାଙ୍କୁ ଆଇପିଏଲ୍‌ ୨୦୨୫ ମେଗା ନିଲାମରେ ମଧ୍ୟ କିଣି ନ ଥିଲା। ସେ ନିଲାମରେ ତାଙ୍କର ମୂଳ ମୂଲ୍ୟ ୨ କୋଟି ଟଙ୍କା ରଖିଥିଲେ। ଏପରି ପରିସ୍ଥିତିରେ, ସେ ଆଇପିଏଲ୍‌ ସମୟରେ ଇଂଲଣ୍ଡ ଯାଇପାରନ୍ତି, ଯେଉଁଠାରେ ସେ କାଉଣ୍ଟି ଚାମ୍ପିଅନଶିପରେ ଏସେକ୍ସ ଦଳ ପାଇଁ ଖେଳିବାର ଦେଖାଯିବେ।
ଶାର୍ଦ୍ଦୁଳ ଏଯାବତ ଟିମ୍‌ ଇଣ୍ଡିଆ ପାଇଁ ୧୧ ଟେଷ୍ଟ, ୪୭ ଦିନିକିଆ ଏବଂ ୨୫ ଟି-୨୦ ମ୍ୟାଚ୍‌ ଖେଳି ସାରିଛନ୍ତି। ଏହି ସମୟ ମଧ୍ୟରେ ସେ ୧୨୯ ଉଇକେଟ ନେଇଛନ୍ତି ଏବଂ ୫ଟି ଅର୍ଦ୍ଧଶତକ ସହାୟତାରେ ୭୨୯ ରନ୍‌ ମଧ୍ୟ କରିଛନ୍ତି। ଶାର୍ଦ୍ଦୁଳ ୨୦୨୩ ପର୍ଯ୍ୟନ୍ତ ଟିମ ଇଣ୍ଡିଆର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଥିଲେ। ସେ ୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଏବଂ ୨୦୨୩ ଦିନିକିଆ ବିଶ୍ୱକପରେ ମଧ୍ୟ ଭାରତୀୟ ଦଳର ଅଂଶ ଥିଲେ। କିନ୍ତୁ ସେବେଠାରୁ ସେ ଟିମ ଇଣ୍ଡିଆକୁ ଫେରିପାରି ନାହାନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ବିଭ୍ରାଟ: ମ୍ୟାଚ୍‌ ସସ୍‌ପେଣ୍ଡ

ମାଡ୍ରିଡ୍‌,୨୮ା୪: ସ୍ପେନ୍‌ ଓ ପର୍ତ୍ତୁଗାଲ୍‌ରେ ଏକ ବଡ଼ ଧରଣର ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ସୋମବାର ମାଡ୍ରିଡ୍‌ ଓପନ ଟେନିସ ଟୁର୍ନମେଣ୍ଟର ଖେଳକୁ ସସ୍‌ପେଣ୍ଡ କରାଯାଇଛି। ସ୍ଥାନୀୟ...

ପଡକାଷ୍ଟରୁ ଆଇପିଏଲ୍‌ ୨୦୨୫ ଭିଡିଓ ହଟିଲା

ସିଡନୀ,୨୮ା୪: ବିସିସିଆଇ ପକ୍ଷରୁ ଏକ ବିନମ୍ର ଭାବେ ଆଇନଗତ ଚିଠି ଜାରି କରାଯିବା ପରେ ଏକ ଜଣାଶୁଣା ଅଷ୍ଟ୍ରେଲିଆନ ପଡକାଷ୍ଟର ସୋସିଆଲ ମିଡିଆ ଆକାଉଣ୍ଟରୁ ଚଳିତ...

ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ନୂଆପଡା,୨୮ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।...

ୟୁରୋପରେ ମହା ବିଦ୍ୟୁତ୍ ବିଭ୍ରାଟ: ପରିବହନ, ଯୋଗାଯୋଗ, ଜରୁରୀ ସେବା ଗୁରୁତର ପ୍ରଭାବିତ

ମାଦ୍ରିଦ/ଲିସବନ,୨୮।୪: ସ୍ପେନ, ପର୍ତ୍ତୁଗାଲ ଏବଂ ଫ୍ରାନ୍ସର କିଛି ଅଂଶରେ ଏକ ବିଶାଳ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ପରିବହନ, ଯୋଗାଯୋଗ ଏବଂ ଜରୁରୀ ସେବା ଗୁରୁତର ଭାବେ...

୨ ପରିବାର ମଧ୍ୟରେ ଗଣ୍ଡଗୋଳ,୩ ଗୁରୁତର

ଧରାକୋଟ,୨୮ା୪ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଜଗମୋହନ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି।...

ପାରିବାରିକ କଳହ ହେଲା କାଳ: ବାପାଙ୍କୁ ପିଟିପିଟି ମାରିଦେଲେ ୨ପୁଅ

ପୁରୁଷୋତ୍ତମପୁର,୨୮।୪( ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଘଳା ପଞ୍ଚାୟତ କୁଷପୁର ଗ୍ରାମରେ ସୋମବାର ଏକ ଅଭାବନିୟ ଘଟଣା ଘଟିଛି। ନିଜ ଜନ୍ମକଲା...

ନବ ଦାସ ହତ୍ୟା ମାମଲାର ଖୁବ୍‌ଶୀଘ୍ର ଫାଇନାଲ ରିପୋର୍ଟ

ଭୁବନେଶ୍ୱର,୨୮।୪: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଫାଇନାଲ ରିପୋର୍ଟ ଖୁବ୍‌ଶୀଘ୍ର ଦାଖଲ ହେବ। ଏ ନେଇ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ସୂଚନା...

Video: ମଞ୍ଚ ଉପରେ ପୋଲିସକୁ ଉପରକୁ ହାତ ଉଠାଇଲେ ମୁଖ୍ୟମନ୍ତ୍ରୀ, ଭିଡିଓ ଭାଇରାଲ

ବେଙ୍ଗାଳୁରୁ, ୨୮।୪: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏକ ଜନସଭା ମଞ୍ଚରେ ଜଣେ ପୋଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିବାକୁ ଇଙ୍ଗିତ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image