Categories: ଖେଳ

ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା: ପ୍ରଥମ ଥର ଏହି ୪ ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୨୪।୬: ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ବିସିସିଆଇ ଟିମ ଇଣ୍ଡିଆ ଘୋଷଣା କରିଛି। ଟି -୨୦ ବିଶ୍ୱକପ ୨୦୨୪ର ଖେଳୁଥିବା ସମସ୍ତ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଜିମ୍ବାୱେରେ ଜୁଲାଇ୬ରୁ-୧୪ ଯାଏ ଭାରତକୁ ୫ଟି -୨୦ମ୍ୟାଚ ଖେଳିବାକୁ ପଡିବ। ଜିମ୍ବାୱେ ଗସ୍ତ ପାଇଁ ଦଳର ଅଧିନାୟକତ୍ୱ ଶୁବମାନ ଗିଲଙ୍କୁ ହସ୍ତାନ୍ତର କରାଯାଇଛି, କିନ୍ତୁ ଅନେକ ନୂତନ ଖେଳାଳିଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି, ଯେଉଁମାନେ ଏ ପର୍ଯ୍ୟନ୍ତ ସିନିୟର ସ୍ତରରେ ଭାରତ ପାଇଁ ଖେଳି ନାହାଁନ୍ତି।

ଅଭିଷେକ ଶର୍ମା, ନୀତୀଶ ରେଡ୍ଡୀ, ରିୟାନ ପରାଗ ଏବଂ ତୁଷାର ଦେଶପାଣ୍ଡେ ହେଉଛନ୍ତି ୪ ଜଣ ଖେଳାଳି ଯେଉଁମାନେ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆରେ ଖେଳିବାର ସୁଯୋଗ ପାଇଛନ୍ତି। ଅଭିଷେକ ଏବଂ ନୀତୀଶ ଆଇପିଏଲ ୨୦୨୪ ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କ ବ୍ୟତୀତ ଆଇପିଏଲ ୨୦୨୪ରେ ସର୍ବାଧିକ ରନ ସଂଗ୍ରହ କରିଥିବା ରିୟାନଙ୍କ କଠିନ ପରିଶ୍ରମ ଶେଷରେ ଫଳ ଦେଇଛି। ସେ ସିଜିନ୍‌ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର ଫାଷ୍ଟ ବୋଲର ଭାବେ ଉଭା ହୋଇଥିବା ତୁଷାର ଦେଶପାଣ୍ଡେ ମଧ୍ୟ ଭାରତୀୟ ଦଳରେ ମନୋନୀତ ହୋଇଛନ୍ତି। ଦେଶପାଣ୍ଡେ ଚଳିତ ସିଜନରେ ୧୭ ଉଇକେଯ୍‌ ନେଇଥିଲେ ।

ଭାରତୀୟ ଦଳ – ଶୁବମାନ ଗିଲ (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାଇକୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ (ଉଇକେଟ୍‌ କିପର), ଧ୍ରୁଭ ଜୁରେଲ (ଉଇକେଟ୍‌ କିପର), ନୀତୀଶ ରେଡ୍ଡୀ, ରିୟାନ ପରାଗ, ୱାଶିଂଟନ ସୁନ୍ଦର, ରବି ବିଷ୍ଣେୁାଇ, ଆବେଶ ଖାନ , ମୁକେଶ କୁମାର, ତୁଷାର ଦେଶପାଣ୍ଡେ।

Share