Categories: ଖେଳ

ଜିମ୍ବାଓ୍ବେ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ପୁଣି ଧାଓ୍ବନ ହେବେ ଅଧିନାୟକ

ନୂଆଦିଲ୍ଲୀ,୩୦।୭: ଜିମ୍ବାଓ୍ବେ ବିପକ୍ଷ ଦିନିକିଆ ସିରିଜ ଲାଗି ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ଏଥିରେ ଶିଖର ଧାଓ୍ବନଙ୍କୁ ଦଳର ଅଧିନାୟକ କରାଯାଇଛି। ଦଳରେ ବିରାଟ କୋହଲି, ରୋହିତ ଶର୍ମା ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ସେହିଭଳି ଦ୍ରୁତ ବୋଲର ଦୀପକ ଚହର ମଧ୍ୟ ଦଳକୁ ଫେରିଥିବା ଦେଖାଯାଇଛି।

୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଲାଗି ଭାରତୀୟ ଟିମ୍‌:
ଶିଖର ଧାଓ୍ବନ(ଅଧିନାୟକ), ଋତୁରାଜ ଗାୟକଓ୍ବାଡ, ଶୁଭମନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଈଶାନ କିଷନ(ଉଇକେଟକିପର), ସଞ୍ଜୁ ସାମସନ(ଉଇକେଟକିପର), ଓ୍ବାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଅକ୍ଷର ପଟେଲ, ଆବେଶ ଖାନ୍‌, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ଦୀପକ ଚହର

Share