Categories: ଖେଳ

ଟିମ ଇଣ୍ଡିଆ ସୁନୀଲ ଛେତ୍ରୀଙ୍କ ଅଧିନାୟକତ୍ୱରେ ଏସୀୟ ଖେଳ ଖେଳିବାକୁ ଯିବ!, ଏଆଇଏଫଏଫର ନୂଆ ଯୋଜନା …

ନୂଆଦିଲ୍ଲୀ,୨୩।୭ : ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ନିଜର ବରିଷ୍ଠ ଦଳକୁ ଅଧିନାୟକ ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଏସୀୟ ଖେଳ ଖେଳିବାକୁ ପଠାଇବାର ସମ୍ଭାବନା ଅଛି। କ୍ରୀଡ଼ା ମନ୍ତ୍ରଣାଳୟ ଏସୀୟ ଗେମ୍ସରେ ଅଂଶଗ୍ରହଣ କରିବା ନେଇ ସବୁଜ ସଙ୍କେତ ଦେବା ସ୍ଥିତିରେ ରହିଛନ୍ତି। ଜାତୀୟ ଫୁଟବଲ ଦଳକୁ ୨୦୧୮ ରେ ଜାକର୍ତ୍ତା ଏସିଆଡରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇ ନ ଥିଲା। କାରଣ କ୍ରୀଡ଼ା ମନ୍ତ୍ରଣାଳୟର ନିୟମ ଅନୁଯାୟୀ ଦଳର କେବଳ ୮ ଜଣ ଶୀର୍ଷ ଖେଳାଳିଙ୍କୁ ଏହି ଖେଳରେ ଭାଗ ନେବାକୁ ଅନୁମତି ଦିଆଯାଇପାରିବ।

ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳ ବର୍ତ୍ତମାନ ଏସିଆରେ ୧୮ ତମ ସ୍ଥାନରେ ରହିଛି। କ୍ରୋଏସିଆ କୋଚ ଇଗୋର ଷ୍ଟିମାକଙ୍କ ନେତୃତ୍ୱରେ ଜାତୀୟ ଦଳ ସାଫ୍‌ ଚାମ୍ପିୟନଶିପ ଜିତିବା ପରେ ର଼୍ୟାଙ୍କିଙ୍ଗରେ ୯୯ ତମ ସ୍ଥାନ ହାସଲ କରିଛି ।

ବର୍ତ୍ତମାନର ଜାତୀୟ ଦଳରେ ୨୩ ବର୍ଷରୁ କମ ବୟସ୍କ ୭ ଖେଳାଳି ଅଛନ୍ତି ଏବଂ କ୍ରୀଡା ମନ୍ତ୍ରଣାଳୟର ସବୁଜ ସଙ୍କେତ ପାଇବା ଘଟଣାରେ ତିନିଜଣ ବୟସ୍କ ଖେଳାଳିଙ୍କୁ ଅନୁମତି ଦିଆଯାଇପାରିବ। ସେତେବେଳେ ଅଧିନାୟକ ଛେତ୍ରୀ, ଗୋଲକିପର ଗୁରୁପ୍ରୀତ ସିଂ ସାନ୍ଧୁ ଏବଂ ଡିଫେଣ୍ଡର ସନ୍ଦେଶ ଝିଙ୍ଗନ ଏସୀୟ ଖେଳକୁ ଯାଇପାରିବେ।

ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ଯୋଜନା କରିଥିଲା ଷ୍ଟିମାକଙ୍କ ନେତୃତ୍ୱରେ ଅଣ୍ଡର -୨୩ ଦଳ ୨୩ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବେ। ଭାରତୀୟ ଫୁଟବଲ ଦଳ, କ୍ରୀଡ଼ା ମନ୍ତ୍ରଣାଳୟର ଶ୍ରେଷ୍ଠ ଆଠଟି ଦଳ ମଧ୍ୟରେ ସ୍ଥାନ ପାଇବାକୁ ଯୋଗ୍ୟତା ପୂରଣ କରୁନାହିଁ। ଏହି ଖେଳଗୁଡିକରେ ଅଂଶଗ୍ରହଣ କରିବା ପ୍ରାୟ ଅସମ୍ଭବ ହୋଇପଡିଛି।

ଏହାପୂର୍ବରୁ ଭାରତର ମୁଖ୍ୟ ପ୍ରଶିକ୍ଷକ ଇଗୋର ଷ୍ଟିମାକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ପାଇଁ ଆଗାମୀ ଏସୀୟ ଗେମ୍ସରେ ଜାତୀୟ ଫୁଟବଲ ଦଳକୁ ପ୍ରତିନିଧିତ୍ୱ କରିବାକୁ ଅନୁରୋଧ କରିଥିଲେ। ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟରେ ଷ୍ଟିମାକ ଲେଖିଥିଲେ ମୁଁ ଆପଣଙ୍କ ନଜରକୁ ଆଣିବାକୁ ଚାହେଁ ୨୦୧୭ର ଅଣ୍ଡର- ୧୭ ଦଳ, ଅଣ୍ଡର-୨୩ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରିଥିଲା ଏବଂ ଏକ ଦକ୍ଷ ଦଳ, ବର୍ତ୍ତମାନ ଏସିଆନ ଗେମ୍ସରେ ପ୍ରତିନିଧିତ୍ୱରୁ ବଞ୍ଚିତ ହେଉଛି।

Share