Posted inଖେଳ

ଭାରତୀୟ ଦଳର ପାକିସ୍ତାନ ଗସ୍ତକୁ ଅନୁମତି ଦେଲେ ସରକାର, ୬୦ ବର୍ଷରେ ପ୍ରଥମ

ନୂଆଦିଲ୍ଲୀ,୨୭।୧: ଭାରତୀୟ ଟେନିସ ଟିମ୍ ଡେଭିସ୍ କପ୍ ଖେଳିବାକୁ ପାକିସ୍ତାନ ଗସ୍ତରେ ଯିବ। ପ୍ରାୟ ୬୦ ବର୍ଷ ପରେ ଭାରତୀୟ ଦଳ ଡେଭିସ୍ କପ୍ ମ୍ୟାଚ୍ ପାଇଁ ପାକିସ୍ତାନ ଯିବାକୁ ଯାଉଛି। ଭାରତ ସରକାର ଏଥିପାଇଁ ପାକିସ୍ତାନ ଯିବାକୁ ଅନୁମତି ଦେଇଛନ୍ତି। ଭାରତୀୟ ଡେଭିସ୍ କପ୍ ଦଳର ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ ପାକିସ୍ତାନ ହାଇ କମିଶନ ମଧ୍ୟ ଭିସା ଜାରି କରିଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଡେଭିସ୍ କପ୍‌ରେ ବିଶ୍ୱ ଗ୍ରୁପ୍ -୧ ମ୍ୟାଚ୍ ଇସଲାମାବାଦରେ ୩ ଏବଂ ୪ ଫେବୃଆରୀରେ ଧାର୍ଯ୍ୟ କରାଯାଇଛି।

ଅନ୍ତର୍ଜାତୀୟ ଟେନିସ୍ ଫେଡେରେସନ୍ (ଆଇଟିଏଫ୍) ଏହି ମ୍ୟାଚକୁ ତୃତୀୟ ଦେଶକୁ ସ୍ଥାନାନ୍ତର କରିବାକୁ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା। ଏହା ପରେ ଅଲ ଇଣ୍ଡିଆ ଟେନିସ୍ ଆସୋସିଏସନ୍ (ଏଆଇଟିଏ) ନିଜ ଦଳକୁ ପାକିସ୍ତାନ ଯାତ୍ରା କରିବାକୁ ଅନୁମତି ଦେବାକୁ ସରକାରଙ୍କଠାରୁ ଅନୁମତି ମାଗିଥିଲା। ଯଦି ଭାରତୀୟ ଦଳ ଏହି ଗସ୍ତରେ ଯାଇ ନଥାନ୍ତେ, ତେବେ ଅନ୍ତର୍ଜାତୀୟ ଟେନିସ୍ ଫେଡେରେସନ୍ ପାକିସ୍ତାନକୁ ବିଜୟୀ ଘୋଷଣା କଋଥାନ୍ତେ।

ଭାରତୀୟ ଡେଭିସ୍ କପ୍ ଦଳ ଶେଷ ଥର ପାଇଁ ୧୯୬୪ ରେ ପାକିସ୍ତାନ ଯାତ୍ରା କରିଥିଲା। ସେ ସମୟରେ ପାକିସ୍ତାନକୁ ୪-୦ରେ ପରାସ୍ତ କରିଥିଲେ। ୨୦୧୯ ମସିହାରେ, ଉଭୟ ଦଳର ଡେଭିସ୍ କପ୍ ମ୍ୟାଚ୍ କାଜାଖସ୍ତାନକୁ ସ୍ଥାନାନ୍ତରିତ ହୋଇଥିଲା।ତା’ପରେ ଏଆଇଟିଏ ରାଜନୈତିକ ଉତ୍ତେଜନା ଦର୍ଶାଇ ପରିବର୍ତ୍ତନ ଆଣିବାକୁ ଆଇଟିଏଫକୁ ଅନୁରୋଧ କରିଥିଲା।ସେତେବେଳେ ଏଆଇଟିଏ ର ଅନୁରୋଧ ଗ୍ରହଣ କରାଯାଇଥିଲା। ଭାରତୀୟ ଦଳ ରବିବାର ପାକିସ୍ତାନ ଯାଇପାରେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri