ଆଡିଲେଡ୍,୧୮।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିବାରାତ୍ର ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ପ୍ରଥମ ଇନିଂସରେ ୨୪୪ ରନ୍ରେ ଅଲଆଉଟ୍ ହୋଇଯାଇଛି। ପ୍ରଥମ ଦିନ ୬ ଉଇକେଟ୍ ହରାଇ ୨୩୩ ରନ୍ ସଂଗ୍ରହ କରିଥିଲା। ଦ୍ୱିତୀୟ ଦିନ ମାତ୍ର ୧୧ରନ୍ ଯୋଡିି ଭାରତୀୟ ଦଳ ୨୪୪ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୭୪ ରନ୍ର ପାଳି ଖେଲିଥିଲେ। ସେହିପରି ରାହାଣେ ୪୨, ଚେତେଶ୍ୱର ପୂଜାରା ୪୩ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୪ ଉଇକେଟ ଏବଂ କୁମିନ୍ସ ୩ଟି ଉଇକେଟ୍ ନେଇଥିଲେ।