Categories: ଖେଳ

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ସିରିଜ ଖେଳିବ ଭାରତ

ନୂଆଦିଲ୍ଲୀ, ୨୨ା୭: ଆଇସିସି ଟି୨୦ ବିଶ୍ୱକପ୍‌ରେ ଭାଗ ନେବାକୁ ଯିବା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏକ ଟି୨୦ କ୍ରିକେଟ ସିରିଜ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ସହ ଏକ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଖବର ଅନୁସାରେ, ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି ୨୦ ସିରିଜ ଭାରତ ମୋହାଲି (ସେପ୍ଟେମ୍ବର ୨୦), ନାଗପୁର (ସେପ୍ଟେମ୍ବର ୨୩) ଓ ହାଇଦ୍ରାବାଦ (ସେପ୍ଟେମ୍ବର ୨୫)ଠାରେ ଖେଳିବ। ବିଶ୍ୱକପ୍‌ ପ୍ରସ୍ତୁତିର ଅଂଶବିଶେଷ ସ୍ବରୂପ ଭାରତ ଦକ୍ଷିଣ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଉ ୩ଟି ଟି୨୦ ମ୍ୟାଚ ତ୍ରିଭାନ୍ଦ୍ରମ (ସେପ୍ଟେମ୍ବର ୨୮), ଗୁଆହାଟୀ (ଅକ୍ଟୋବର ୧) ଓ ଇନ୍ଦୋର (ଅକ୍ଟୋବର ୩)ଖେଳିବ। ସେହିପରି ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ରାଞ୍ଚତ୍ (ଅକ୍ଟୋବର ୬), ଲକ୍ଷ୍ନୌ (ଅକ୍ଟୋବର ୯) ଓ ଦିଲ୍ଲୀ (ଅକ୍ଟୋବର ୧୧)ଠାରେ ଖେଳାଯିବ।

Share