Categories: ଖେଳ

ଏସିଆ କପ ବାହାନାରେ ବିଶ୍ୱକପର ପ୍ରସ୍ତୁତି, ଟିମ ଇଣ୍ଡିଆର ଖେଳାଳିଙ୍କ ପାଇଁ ‘ଅଗ୍ନି ପରୀକ୍ଷା’

ନୂଆଦିଲ୍ଲୀ,୨୪।୮: ଟିମ ଇଣ୍ଡିଆ ଏସିଆ କପ ୨୦୨୩ ପାଇଁ ପ୍ରସ୍ତୁତ ହେଉଛି। ଏଥିପାଇଁ ଭାରତରେ ବିସିସିଆଇ ଖୁବ୍‌ଶୀଘ୍ର ଏକ କ୍ୟାମ୍ପ୍‌ ଆୟୋଜନ କରିବ। ଏସିଆ କପ ପୂର୍ବରୁ ଟିମ ଇଣ୍ଡିଆକୁ ବହୁତ ଝାଳ ବୁହାଇବାକୁ ପଡିବ। ଭାରତ ଏସିଆ କପ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳିବାକୁ ପଡିବ ଏବଂ ଏହା ପରେ ବିଶ୍ୱକପ ଅନୁଷ୍ଠିତ ହେବ। ଅଷ୍ଟ୍ରେଲିଆ ସିରିଜ ଏବଂ ଏସିଆ କପ ଭାରତୀୟ ଖେଳାଳିଙ୍କ ପାଇଁ ଅଗ୍ନି ପରୀକ୍ଷା ପରି ହେବ।

ବିଶ୍ୱକପ ଖେଳିବା ପ୍ରତ୍ୟେକ ଖେଳାଳିଙ୍କ ସ୍ବପ୍ନ। କିନ୍ତୁ ଏହି ସ୍ବପ୍ନ ସେହିମାନଙ୍କର ପୂରଣ ହେବ ଯିଏ ଭଲ ପ୍ରଦର୍ଶନ କରିଥାଏ। ତେଣୁ ଏସିଆ କପ ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ବିଶ୍ୱକପ ତାଲିକାରେ ଅନ୍ତର୍ଭୁକ୍ତ କରାଯିବ। ଆଘାତରୁ ସୁସ୍ଥ ହେବା ପରେ କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟର ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଅଛନ୍ତି। ଅଭ୍ୟାସ ମ୍ୟାଚରେ ଆୟର ଭଲ ପ୍ରଦର୍ଶନ କରୁଛନ୍ତ। ନିକଟରେ ସେ ଏକ ଅଭ୍ୟାସ ମ୍ୟାଚରେ ୧୯୯ ରନ ସଂଗ୍ରହ କରିଛନ୍ତି। ଆୟର ଏବଂ ରାହୁଲଙ୍କ ଉପରେ ଦଳ ପରିଚାଳନାର ଏକ ବିଶେଷ ନଜର ରହିବ।

Share