Categories: ଖେଳ

ଟସ୍‌ ଜିତିଲା ଟିମ୍‌ ଇଣ୍ଡିଆ, ବୋଲିଂ ନିଷ୍ପତ୍ତି…

ସିଲହଟ,୧୦।୧୦ : ମହିଳା ଏସିଆ କପ ୨୦୨୨ ରେ ଆଜି ଭାରତୀୟ ମହିଳା ଦଳ ଏବଂ ଥାଇଲାଣ୍ଡ ମଧ୍ୟରେ ମ୍ୟାଚ୍‌ ହେଉଛି। ବାଂଲାଦେଶର ସିଲହଟ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ଟସ ଜିତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଥାଇଲାଣ୍ଡ ବିପକ୍ଷ ମ୍ୟାଚରେ ନୂତନ ଖେଳାଳିଙ୍କୁ ପରୀକ୍ଷା କରିବାକୁ ଟିମ୍‌ ଇଣ୍ଡିଆ ଯୋଜନା କରିଥିବା କୁହାଯାଉଛି। ତେଣୁ ଦଳ ପ୍ରଥମେ ବୋଲିଂ କରି ବୋଲରଙ୍କ କ୍ଷମତା ଆକଳନ କରିବାକୁ ଚିନ୍ତା କରିଛି। ସ୍ପିନରମାନେ କିଭଳି ଥାଇଲାଣ୍ଡ ବ୍ୟାଟିଂ ଲାଇନ ଉପରେ ପ୍ରଭାବ ପକାଉଛନ୍ତି ତାହା ପରୀକ୍ଷା କରିବାକୁ ଦଳ ଚିନ୍ତା କରିଛି। ଭାରତ ମହିଳା ଦଳ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରୁଛି ଏବଂ ପଏଣ୍ଟ ଟେବୁଲରେ ଏକ ନମ୍ବର ସ୍ଥାନରେ ରହିଛି। ଏପର୍ଯ୍ୟନ୍ତ ଖେଳାଯାଇଥିବା ୫ ଟି ମ୍ୟାଚ ମଧ୍ୟରୁ ୪ ଟି ଟିମ୍‌ ଇଣ୍ଡିଆ ଜିତିଛି।

Share