Categories: ଖେଳ

ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ ବିପର୍ଯ୍ୟସ୍ତ: ୧୧୭ରେ ଅଲଆଉଟ…

ବିଶାଖାପଟ୍ଟନମ,୧୯।୩ : ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବିଶାଖାପଟ୍ଟନମ୍‌ରେ ୩ ଟିକିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଖେଳା ଯାଉଛି। ଡ.ଓ୍ବାଇଏସ ରାଜଶେଖର ରେଡ୍ଡି ଏସିଏ-ଭିଡିସିଏ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତିି ନେଇଥିବାବେଳେ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ ଆରମ୍ଭରୁ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦଳ ସମସ୍ତ ଓ୍ବିକେଟ ହରାଇ ୨୬ ଓଭରରେ ୧୧୭ ରନ କରିଛି।

ଅଷ୍ଟ୍ରେଲିଆ ସମ୍ମୁଖରେ ଭାରତ ୧୧୮ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ଏହା ଭାରତର ତୃତୀୟ ସର୍ବନିମ୍ନ ସ୍କୋର। ୧୯୮୧ ମସିହାରେ, ଭାରତୀୟ ଦଳ ସିଡନୀରେ ୬୩ ରନ ଏବଂ ୨୦୦୦ ମସିହାରେ ସିଡନୀରେ ୧୦୦ ରନ ସ୍କୋର କରିଥିଲା।

ଏହାପୂର୍ବରୁ, ଟିମ ଇଣ୍ଡିଆ ୨୦୦୭ ରେ ବଡୋଦରାଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୪୮ରନ ସ୍କୋର କରିଥିଲା।

Share