Categories: ଖେଳ

ଆରମ୍ଭରୁ ବିପର୍ଯ୍ୟୟ: ପାଓ୍ବାର ପ୍ଲେରେ ୩ ଉଇକେଟ ହରାଇଲା ଭାରତ

ରାଞ୍ଚି,୨୭।୧: ପ୍ରଥମ ଟି୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୧୭୭ ରନ୍‌ ଟାର୍ଗେଟକୁ ପିଛା କରୁଥିବା ଦଳ ପାଓ୍ବାର ପ୍ଲେରେ ୩ ଉଇକେଟ ହରାଇଛି। ଏବେ ହାର୍ଦ୍ଦିକ ପାଣ୍ଡ୍ୟା(୨) ଏବଂ ସୂର୍ଯ୍ୟକୁମାର ଯାଦବ(୧୪) ରନ୍‌ କରି ମଇଦାନରେ ଅଛନ୍ତି।

ଶୁଭମନ ଗିଲଙ୍କ ସହ ଇଶାନ କିଶନ ଓପନିଂ ପାଇଁ ଓହ୍ଲାଇଥିଲେ। ହେଲେ ଦଳର ସ୍କୋର ୧୧ ଥିବା ବେଳେ ଇଶାନ ଉଇକେଟ ହରାଇଥିଲେ। ପରେ ରାହୁଲ ତ୍ରିପାଠୀ ଖାତା ନ ଖୋଲି ଏବଂ ଗିଲ ୭ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ।

କହିରଖୁଛୁ, ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ। ଦଳ ଭାରତକୁ ଜିତିବା ଲାଗି ୧୭୭ ରନ୍‌ର ଟାର୍ଗେଟ ଦେଇଛି। ଭାରତ ପକ୍ଷରୁ ଓ୍ବାଶିଂଟନ ସୁନ୍ଦର ୨ ଉଇକେଟ ନେଇଛନ୍ତି।

Share