Posted inଖେଳ

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଏହି ଖେଳାଳିଙ୍କୁ ପ୍ରଥମ ଥର ମିଳିଲା ସୁଯୋଗ

ମୁମ୍ବାଇ,୮।୯: ବାଂଲାଦେଶ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ପ୍ରଥମ ଟେଷ୍ଟ ପାଇଁ ଘୋଷଣା କରାଯାଇଥିବା ଦଳକୁ ଉଇକେଟ କିପର ବ୍ୟାଟର ରିଷଭ ପନ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୁର୍ଘଟଣା କାରଣରୁ ଦୀର୍ଘ ୨ ବର୍ଷ ଧରି ଭାରତୀୟ ଦଳରୁ ଦୂରେଇ ରହିଥିଲେ ପନ୍ତ। ଟି୨୦ ବିଶ୍ୱକପରେ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଦୁଇ ବର୍ଷ ବ୍ୟବଧାନରେ ପ୍ରଥମ ଥର ତାଙ୍କୁ ଟେଷ୍ଟ ଜର୍ସିରେ ଦେଖିବାକୁ ମିଳିବ।

ପ୍ରଥମ ଟେଷ୍ଟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ଦଳ ଘୋଷଣା କରାଯିବ। ରୋହିତ ଶର୍ମା ଏହି ଦଳର ଅଧିନାୟକ ରହିଥିବା ବେଳେ ଧ୍ରୁବ୍‌ ଜୁରେଲ ଓ ସର୍ଫରାଜ ଖାନ୍‌ ଦ୍ୱିତୀୟ ପସନ୍ଦର ଉଇକେଟ କିପର ରହିଛନ୍ତି। ଇଂଲଣ୍ଡ ବିପକ୍ଷରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଆକାଶ ଦୀପ ସ୍ଥାନ ବଜାୟ ରଖିଥିବା ବେଳେ ୟଶ ଦୟାଲଙ୍କୁ ପ୍ରଥମ ଥର ଟେଷ୍ଟ ଦଳକୁ ଡାକରା ମିଳିଛି।

ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଶୁବମାନ ଗିଲ୍‌, ବିରାଟ କୋହଲି, ଲୋକେଶ ରାହୁଲ, ସର୍ଫରାଜ ଖାନ୍‌, ରିଷଭ ପନ୍ତ, ଧ୍ରୁବ ଜୁରେଲ(ଉଇକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ଯଶପ୍ରୀତ ବୁମରା ଓ ୟଶ ଦୟାଲ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ମହିଳା ହକି ଦଳ

ନୂଆଦିଲ୍ଲୀ, ୧୧ା୪: ଭାରତୀୟ ମହିଳା ହକି ଦଳ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ। ଦଳ ସେଠାରେ ଏପ୍ରିଲ ୨୬ରୁ ମେ ୪ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ...

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୪(ସୁନିତ ମିଶ୍ର): ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ...

୧୩୧ ବର୍ଷରେ ପହଞ୍ଚିଲା ବ୍ୟାଙ୍କ: ୧୬୦ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ଦେଇ କଲା ରେକର୍ଡ

ଦାରିଙ୍ଗବାଡ଼ି,୧୧ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ତା’ର ୧୩୧ବର୍ଷ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଶାଖା ପରିଚାଳକ...

ନବୀନଙ୍କୁ ରୋକଠୋକ ଜବାବ ଦେଲେ ବିଜେଡି ନେତା, ‘ଆମେ କେହି ଚାକିରି କରୁନୁ, ନାଲି ଆଖି ଦେଖାଇ ପାରିବେନି’

ଭୁବନେଶ୍ୱର,୧୧।୪: “ୱାକଫ ବିଲ୍ ଭୋଟ୍ ବିବାଦ ଏବଂ ପରବର୍ତ୍ତୀ ସମୟରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବୟାନକୁ ନେଇ ବିଜେଡିରେ ଦେଖାଦେଇଥିବା ଆଭ୍ୟନ୍ତରୀଣ ଅଶାନ୍ତି ବଢିଚାଲିଛି।...

୨୮,୩୯୦ କୋଟି ଟଙ୍କାର ମାଲିକଙ୍କୁ ମୁହଁତୋଡ଼ ଜବାବ ଦେଲେ ରାହୁଲ

ବେଙ୍ଗାଲୁରୁ,୧୧।୪: ଲୋକେଶ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ପରାସ୍ତ କରିଛି। ଏହି ବିଜୟ...

ଓଡ଼ିଶା ପାଳୁଛି ଛେନାପୋଡ଼ ଦିବସ: ଜାଣନ୍ତୁ ପ୍ରସିଦ୍ଧ ଓଡ଼ିଆ ମିଠାର ଉତ୍ପତ୍ତି ଏବଂ ଗୁରୁତ୍ୱ

ଛେନାପୋଡ଼ର ସାଂସ୍କୃତିକ ଓ ଐତିହାସିକ ମହତ୍ତ୍ୱକୁ ଉଜାଗର କରେ। ଏହା ଓଡ଼ିଶାର ପରିଚୟ ସହିତ ଜଡ଼ିତ ଏକ ମିଠା ଯାହା ରାଜ୍ୟ ତଥା ରାଜ୍ୟ ବାହାରେ...

ବିଧାୟକଙ୍କୁ ପାଠ ପଢ଼ାଇବେ ନଡ୍ଡା, ଅଭିଜ୍ଞ ସମ୍ପନ୍ନ ନେତାଙ୍କଠାରୁ ଶିଖିବେ ନବାଗତ

ଭୁବନେଶ୍ୱର,୧୧ା୪: ବିଜେପି କର୍ମଶାଳାରେ ବିଧାୟକଙ୍କୁ ତାଲିମ ଦେବେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ଶନିବାରଠାରୁ ଅନୁଷ୍ଠିତ...

କ୍ଷତି ସହିବେ କୋହଲି: ହାତ ଛାଡ଼ିଦେଲା ଏହି କମ୍ପାନୀ

ନୂଆଦିଲ୍ଲୀ,୧୧।୪: ଭାରତୀୟ କ୍ରିକେଟର ବିରାଟ କୋହଲି ଆଉ କ୍ରୀଡା କମ୍ପାନୀ ‘ପୁମା’ର ବ୍ରାଣ୍ଡ ଆମ୍ବାସାଡର ହେବେ ନାହିଁ। ତାଙ୍କର ଚୁକ୍ତି ୮ ବର୍ଷ ପରେ ସମାପ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image