Categories: ଜାତୀୟ

ଟିମ୍‌ ଇଣ୍ଡିଆର ଟେନ୍‌ସନ୍‌ ବଢିଲା: ରିଷଭ ପନ୍ତଙ୍କ ପରେ ଏହି ଖେଳାଳି ଆହତ

ବେଙ୍ଗାଲୁରୁ,୧୮।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ ଟିମ ଇଣ୍ଡିଆ ପାଇଁ ଏପର୍ଯ୍ୟନ୍ତ ବିଶେଷ କିଛି ଭଲ ହୋଇନାହିଁ। ଖେଳର ପ୍ରଥମ ଦିନ ବର୍ଷା ହେତୁ ଧୋଇ ହୋଇଯାଇଥିବା ବେଳେ ଦ୍ୱିତୀୟ ଦିନରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୪୬ ରନ ସଂଗ୍ରହ କରିଥିଲା। ଏହା ପରେ ଟିମ ଇଣ୍ଡିଆକୁ ଆଉ ଏକ ବଡ଼ ଝଟକା ଲାଗିଛି। ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଆହତ କାରଣରୁ ପଡ଼ିଆ ଛାଡିବାକୁ ପଡିଥିଲା। ବର୍ତ୍ତମାନ ଖେଳର ତୃତୀୟ ଦିନରେ ମଧ୍ୟ ଟିମ ଇଣ୍ଡିଆ ପାଇଁ ଟେନସନ ହ୍ରାସ ପାଇନାହିଁ। ଟିମ ଇଣ୍ଡିଆର ଆଉ ଜଣେ ଖେଳାଳି ଆହତ ହୋଇଛନ୍ତି।

ଭାରତୀୟ ବୋଲରମାନେ ତୃତୀୟ ଦିନ ବହୁତ ଭଲ ଆରମ୍ଭ କରିଥିଲେ। ଦିନର ପ୍ରଥମ ଉଇକେଟ ମହମ୍ମଦ ସିରାଜଙ୍କ ନାମରେ ହୋଇଥିଲା। ମହମ୍ମଦ ସିରାଜ ଡାରିଲ ମିଚେଲଙ୍କୁ ତାଙ୍କର ଶିକାର କରିଥିଲେ। ଡାରିଲ ମିଚେଲଙ୍କୁ ଆଉଟ୍‌ କରିବାରେ ଯଶସ୍ବୀ ଜୟସ୍ବାଲ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ସେ ଏକ ଚମତ୍କାର କ୍ୟାଚ ନେଇଥିଲେ। କିନ୍ତୁ ଏହି ସମୟରେ ସେ ଆହତ ହୋଇଥିଲେ। ଏହାପରେ ତୁରନ୍ତ ସେ ପାଭିଲିୟନକୁ ଯାଇଥିଲେ। ଅକ୍ଷର ପଟେଲଙ୍କୁ ଜୟସ୍ବାଲଙ୍କ ସ୍ଥାନରେ ପଡ଼ିଆକୁ ଆସିଥିଲେ।
ତେବେ ଜୟସ୍ବାଲଙ୍କ ଆଘାତ କେତେ ଗୁରୁତର ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। କିନ୍ତୁ ଜୟସ୍ବାଲଙ୍କ ଆଘାତ ଟିମ ଇଣ୍ଡିଆ ପାଇଁ ଏକ ବଡ଼ ଟେନସନ। ସେ ଚଳିତ ବର୍ଷ ଭାରତ ପାଇଁ ଟେଷ୍ଟରେ ସର୍ବାଧିକ ରନ ସ୍କୋରର ଅଟନ୍ତି। ତାଙ୍କର ସମ୍ପ୍ରତି ପ୍ରଦର୍ଶନ ମଧ୍ୟ ବହୁତ ଭଲ ହୋଇଛି। ଦ୍ୱିତୀୟ ଇନିଂସରେ ଭାରତୀୟ ଇନିଂସ ତାଙ୍କୁ ବହୁତ ଆବଶ୍ୟକ କରିବ।

Share