ନୂଆଦିଲ୍ଲୀ,୨୪।୧: ଚଳିତ ବର୍ଷ ଶେଷ ଆଡ଼କୁ ଦିନିକିଆ ବିଶ୍ୱକପ୍ ଅନୁଷ୍ଠିତ ହେବ। ଏହାକୁ ନେଇ ଭାରତୀୟ ଟିମ୍ ପ୍ରସ୍ତୁତି ଆରମ୍ଭ କରିଛି। ୨୦୨୩ ପ୍ରଥମ ମାସରେ ଦଳ ଯେଉଁଭଳି ପ୍ରଦର୍ଶନ କରିଛି, ସେଥିରୁ ଦଳ ସଠିକ୍ ପ୍ରସ୍ତୁତି ଦିଗରେ କାମ କରୁଥିବା ସ୍ପଷ୍ଟ ହୋଇଛି। ଭାରତ ଏଯାବତ ମୋଟ ୬ ମ୍ୟାଚ୍ ଖେଳିଛି। ଏଥିରେ ଟିମ୍ ଇଣ୍ଡିଆର ଶୀର୍ଷ କ୍ରମ ବ୍ୟାଟ୍ସମ୍ୟାନମାନେ ୬ ଶତକ ମାରିଛନ୍ତି।
ଅଧିନାୟକ ରୋହିତ ଶର୍ମା, ଓପନର ଶୁଭମନ ଗିଲ ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି ପ୍ରମୁଖ ଦମ୍ଦାର ଫର୍ମରେ ଅଛନ୍ତି। ପ୍ରଥମେ ଶୁଭମନ ଶତକ ପରେ ଶତକ ମାରୁଥିଲେ। ଏବେ କୋହଲି-ରୋହିତ ନିଜ ନିଜ ଖାତା ଖୋଲି ନେଇଛନ୍ତି। ବିଶ୍ୱକପ୍ ପୂର୍ବରୁ ଏହା ଦଳ ପାଇଁ ଶୁଭ ସଙ୍କେତ ବୋଲି କୁହାଯାଉଛି।
୨୦୨୩ରେ ଭାରତୀୟ ବ୍ୟାଟ୍ସମ୍ୟାନ:
-ଶୁଭମନ ଗିଲ-୬ ମ୍ୟାଚ୍-୫୬୭ ରନ୍-୩ ଶତକ,୧ ଅର୍ଦ୍ଧଶତକ
-ବିରାଟ କୋହଲି-୬ ମ୍ୟାଚ୍-୩୩୮ ରନ୍-୨ ଶତକ
-ରୋହିତ ଶର୍ମା-୬ ମ୍ୟାଚ୍-୧ ଶତକ, ୨ ଅର୍ଦ୍ଧଶତକ
ଚଳିତ ବର୍ଷ ଭାରତୀୟ ଟିମ୍ ଖେଳିଥିବା ୬ ମ୍ୟାଚ୍ରୁ ୪ ଥର ୩୦୦ରୁ ଅଧିକ ସ୍କୋର କରିଛି।