Categories: ଖେଳ

ପାକିସ୍ତାନରେ ଟିମ ଇଣ୍ଡିଆର ଜୟଜୟକାର…

ଇସଲାମାବାଦ,୨୧।୧୧ : ଭାରତୀୟ କ୍ରିକେଟ ଦଳର ୨୦୨୩ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିବା ପଦ୍ଧତିକୁ ପ୍ରଶଂସା କରାଯାଉଛି। ପାକିସ୍ତାନର ଦ୍ରୁତ ବୋଲର ୱାସିମ ଆକ୍ରାମ ଭାରତୀୟ କ୍ରିକେଟର ପ୍ରଶଂସକ ପାଲଟିଛନ୍ତି। ବିଶ୍ୱକପ ଫାଇନାଲରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆଠାରୁ ପରାଜିତ ହେବା ସତ୍ତ୍ୱେ ଆକ୍ରାମ ଭାରତୀୟ କ୍ରିକେଟକୁ ପ୍ରଶଂସା କରି କହିଛନ୍ତି ପଡୋଶୀ ଦେଶର କ୍ରିକେଟ ଭଲ ସ୍ଥିତିରେ ଅଛି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆ ଭାରତ ବିଶ୍ୱକପ ଜିତିବାର ସ୍ବପ୍ନକୁ ଭାଙ୍ଗି ଦେଇଥିଲେ ବି ଟିମ ଇଣ୍ଡିଆ ହାରି ମଧ୍ୟ ହିରୋ ପାଲଟିଛି।

ୱାସିମ ଆକ୍ରାମ କହିଛନ୍ତି, ଫାଇନାଲରେ ହାରିଯିବାରୁ ଟିମ ଇଣ୍ଡିଆର ସଦସ୍ୟ ହୁଏତ ଭାଙ୍ଗି ଯାଇଥାଇ ପାରନ୍ତି କିନ୍ତୁ କ୍ରିକେଟରେ ଏଭଳି ଘଟଣା ଘଟିଥାଏ। ଟିମ ଇଣ୍ଡିଆ ପାଇଁ ଖରାପ ଦିନ ଥିଲା ଏବଂ ଦୁର୍ଭାଗ୍ୟବଶତଃ ଦଳ ଫାଇନାଲରେ ହାରିଛି। କିନ୍ତୁ ଟିମ ଇଣ୍ଡିଆର ଗଠନ, ଖେଳାଳିଙ୍କ ପାଇଁ ଟଙ୍କା, ସ୍ମାର୍ଟ କାର୍ଯ୍ୟସୂଚୀ ଏବଂ ବ୍ୟାକଅପ ପ୍ରତିଭା ଉଚ୍ଚକୋଟୀର ରହିଛି। ଟିମ ଇଣ୍ଡିଆ ଏସବୁକୁ ଜାରି ରଖିବା ଆବଶ୍ୟକ। ଟିମ ଇଣ୍ଡିଆର କ୍ରିକେଟ ବହୁତ ଭଲ ଅବସ୍ଥାରେ ଅଛି।

Share