ମୁମ୍ବାଇ,୯।୧୧: ପାତ୍ରା ଚୌଲ ନବୀକରଣ ପ୍ରକଳ୍ପ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ବୁଧବାର ୩ ମାସ୍ ପରେ ଜେଲରୁ ମୁକୁଳିଛନ୍ତି। ପ୍ରବର୍ତ୍ତନ ନର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଜେଲରେ ରହିଥିବା ରାଉତଙ୍କୁ ୩ ମାସ ପରେ ମୁମ୍ବାଇ ସ୍ବତନ୍ତ୍ର କୋର୍ଟ ଆଜି ଜାମିନ ଦେଇଥିଲେ। ଜେଲ୍ରୁ ମୁକୁଳିବା ପରେ ସଞ୍ଜୟ ବେଶ୍ ଖୁସି ଜଣାପଡୁଥିଲେ। ଆର୍ଥର ରୋଡ ଜେଲ୍ରେ ବାହାରେ ସଞ୍ଜୟଙ୍କୁ ସ୍ବାଗତ ପାଇଁ ଶିବସେନା କାର୍ଯ୍ୟକର୍ତ୍ତାଙ୍କ ଭିଡ ଜମିଥିଲା।
ପାତ୍ରା ଚାୱାଲ ଦୁର୍ନୀତି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ସଞ୍ଜୟ ରାଉତଙ୍କ ଘନିଷ୍ଠ ସହଯୋଗୀଙ୍କୁ ପ୍ରବୀଣ ରାଉତଙ୍କୁ ମଧ୍ୟ କୋର୍ଟରୁ ଜାମିନ ମିଳିଛି। ଅଗଷ୍ଟ ୧ ତାରିଖରେ ସଞ୍ଜୟ ରାଉତଙ୍କୁ ଇଡି ୧୦୩୪ କୋଟି ପାତ୍ରା ଚୌଲ ଦୁର୍ନୀତି ଘଟଣାରେ ପ୍ରାୟ ୬ ଘଣ୍ଟା ଜେରା କରିଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଥିଲା।