ଫୁଟବଲ୍ ଜଗତରେ ଆର୍ଜେଣ୍ଟିନା ସୁପରଷ୍ଟାର ଲିଓନେଲ ମେସିଙ୍କ ନାମ କିଏ ବା ନ ଜଣେ। ନିକଟରେ ବାର୍ସିଲୋନାରୁ ଲିଓନେଲ ମେସିଙ୍କ ବିଦାୟ ଘୋଷଣା ସମସ୍ତ ଫୁଟବଲ ପ୍ରଶଂସକଙ୍କ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ଥିଲା। ଏଫ୍ସି ବାର୍ସିଲୋନାରୁ ତାଙ୍କ ବିଦାୟ ଆହୁରି ଭାବପ୍ରବଣ ହୋଇଗଲା, ଯେତେବେଳେ ବିଦାୟ ଭାଷଣ ସମୟରେ ମେସି ଭାଙ୍ଗିପଡିଲେ। ବିଦାୟ ସମୟରେ ସେ କାନ୍ଦିବାକୁ ଲାଗିଥିଲେ। ମୋସି ମଞ୍ଚ ନିକଟରେ ଠିଆ ହୋଇଥିବା ବେଳେ ବାର୍ସିଲୋନାର ଦର୍ଶକ ଏବଂ ଗଣମାଧ୍ୟମ ସଦସ୍ୟମାନେ ଠିଆ ହୋଇ ମେସିଙ୍କୁ ଦେଢ଼ ମିନିଟରୁ ଅଧିକ ସମୟ ଧରି ପ୍ରଶଂସା କରିଥିଲେ। ଯେତେବେଳେ ମେସିଙ୍କୁ ପ୍ରଶଂସା କରାଯାଉଥିଲା, ସେତେବେଳେ ସେ ନିଜ ଲୁହକୁ ରୋକି ପାରି ନ ଥିଲେ। ମହାନ ଖେଳାଳି ମେସିଙ୍କ ବିଦାୟ ଭାଷଣ ସମୟରେ ତାଙ୍କ ଲୁହକୁ ପାଇଁ ସ୍ତ୍ରୀ ଆଣ୍ଟୋନେଲା ଏକ ଟିସୁ ପେପର ଦେଇଥିଲେ। ଏବେ ମେସିଙ୍କ ଲୁହରେ ପରିପୂର୍ଣ୍ଣ ଏହି ଟିସୁ ପେପର ପ୍ରାୟ ୭.୪୩ କୋଟି ଟଙ୍କାରେ ବିକ୍ରି ହେଉଛି। ମ୍ୟାକେଡିୟୋ ନାମକ ଜଣେ ବ୍ୟକ୍ତି ବ୍ୟବହୃତ ଟିସୁ ସଂଗ୍ରହ କରି ଏହାକୁ ବିକିବା ପାଇଁ ଏକ ଅନଲାଇନ ବିଜ୍ଞାପନ ଦେଇଛନ୍ତି।
ବାର୍ସିଲୋନା ପାଇଁ ୨୧ ବର୍ଷ ଖେଳିବା ପରେ ୩୪ ବର୍ଷୀୟ ମେସି ଏବେ ତାଙ୍କର ନୂତନ ଦଳ ପ୍ୟାରିସ ସେଣ୍ଟ-ଜର୍ମାନ ପାଇଁ ଖେଳିବେ।