Categories: ଖେଳ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଖିରେ ଲୁହ

ତ୍ରିନିଦାଦ,୪।୮:ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ୪ ରନ୍‌ରେ ପରାସ୍ତ କରିଛି ଓ୍ବେଷ୍ଟଇଣ୍ଡିଜ୍‌। ୱେଷ୍ଟଇଣ୍ଡିଜ ଅଧିନାୟକ ରୋଭମାନ ପାୱେଲ ଏହି ପ୍ରଥମ ମ୍ୟାଚରେ ଟସ ଜିତିବା ପରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଚ ଆରମ୍ଭ ପୂର୍ବରୁ ଜାତୀୟ ସଙ୍ଗୀତ ସମୟରେ ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଭାବପ୍ରବଣ ହୋଇଥିଲେ।

ଟିମ ଇଣ୍ଡିଆ ପାଇଁ ଟି-୨୦ ବିଶ୍ୱକପ ୨୦୨୨ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ବହନ କରୁଥିବା ଦେଖିବାକୁ ମିଳିଛି। ଜାତୀୟ ସଙ୍ଗୀତ ସମୟରେ ହାର୍ଦ୍ଦିକଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ଏବେ ତାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଧ୍ୟାନରେ ରଖି ଏହି ସିରିଜ ଭାରତୀୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ।

Share