ଆଖିରେ ଲୁହ ମନରେ କୋହ: ମୋରୋକୋ ମୃତ୍ୟୁ ସଂଖ୍ୟା ଟପିଲା ୧୦୦୦, ଆହତଙ୍କ ସଂଖ୍ୟା ୧୨ ୦୦ ଉପରେ…

ରାବାତ,୯।୯ : ଶୁକ୍ରବାର ବିଳମ୍ବିତ ରାତିରେ ମୋରୋକୋରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୬.୮ଥିଲା। ମୋରୋକୋର ଆଭ୍ୟନ୍ତରୀଣ ମନ୍ତ୍ରୀ କହିଛନ୍ତି ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୦୦୦ ଟପିଛି। ସେହିପରି ଆହତଙ୍କ ସଂଖ୍ୟା ୧୨୦୦ ଟପିଛି।

ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ମୃତକଙ୍କ ସଂଖ୍ୟା ୧,୦୩୪ ଛୁଇଁଛି। ସେହିପରି ଆହତଙ୍କ ସଂଖ୍ୟା ୧,୨୦୪ରେ ପହଞ୍ଚିଛି। ୧୨୦ ବର୍ଷ ମଧ୍ୟରେ ଏହା ହେଉଛି ବଡ଼ ଧରଣର ଭୂକମ୍ପ। ଲୋକେ ଆଖିରେ ଲୁହ ମନରେ କୋହ ପ୍ରିୟ ପରିଜନଙ୍କୁ ଭଙ୍ଗା କୋଠାର ଆବର୍ଜନା ତଳୁ ଖୋଜିବା ଆରମ୍ଭ କରିଛନ୍ତି। ଆହତଙ୍କ ମଧ୍ୟରେ ୭୦୦ରୁ ଅଧିକ ଗୁରୁତର ଅଛନ୍ତି।

Share