ଆଖିରେ ଲୁହ-ମନରେ କୋହ, ମାତୃଭୂମିର ସୁରକ୍ଷା ପାଇଁ ଅସ୍ତ୍ର ଧରୁଛନ୍ତି ୟୁକ୍ରେନ୍‌ର ସାଧାରଣ ନାଗରିକ…

କ୍ୱିଭ୍‌,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୫ ଦିନ ଧରି ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ରୁଷିଆ ସୈନ୍ୟ ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ ଦଖଲ ପାଇଁ ଚାରିପଟୁ ଘେରିବା ଆରମ୍ଭ କରିଛନ୍ତି। ତେବେ ଏକ୍ଷେତ୍ରରେ ରୁଷିଆ ଲାଗି ବାଧା ସାଜିଛନ୍ତି ୟୁକ୍ରେନ୍‌ର ସାଧାରଣ ନାଗରିକ। ଆଖିରେ ଲୁହ, ମନରେ କୋହ ଥିଲେ ବି ମାତୃଭୂମିର ସୁରକ୍ଷା ପାଇଁ ସେମାନେ ହାତରେ ଅସ୍ତ୍ର ଧରିବାରେ ଲାଗିଛନ୍ତି।

ଦିନକୁ ଦିନ ଏଭଳି ନାଗରିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୟୁକ୍ରେନ୍‌ ବାହାରେ ଥିବା ନାଗରିକ ରୁଷିଆ ବିରୋଧରେ ଯୁଦ୍ଧ କରିବା ଲାଗି ସ୍ବଦେଶ ଫେରିବାରେ ଲାଗିଛନ୍ତି। ନିଜ ପ୍ରିୟ ପରିଜନଙ୍କୁ ହରାଇଥିବା ଲୋକେ ଦୁଃଖ ମଧ୍ୟରେ ବି ରୁଷିଆ ସୈନ୍ୟଙ୍କର ମୁକାବିଲା ଲାଗି ଅଣ୍ଟା ଭିଡ଼ିଛନ୍ତି।

ସେମାନେ ମୁଣ୍ଡ ନୋଇବାକୁ ପ୍ରସ୍ତୁତ ନୁହନ୍ତି। ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପ୍ରଭାବ ସେମାନଙ୍କ ଉପରେ ପଡ଼ିଛି। ସେମାନେ ଆତ୍ମସମର୍ପଣ ତୁଳନାରେ ମୁକାବିଲା ପଥକୁ ବାଛି ନେଇଛନ୍ତି। ମରିବୁ ପଛେ ହାରିବୁ ନାହିଁ ବୋଲି ସେମାନେ କହୁଛନ୍ତି।

Share