ବିକିଙ୍କୁ ଛୁଇଁବା ମାତ୍ରେ ଯୁବତୀଙ୍କ ଆଖିରେ ଆସିଗଲା ଲୁହ

ବଲିଉଡ ଅଭିନେତା ବିକି କୌଶଲ ନିଜ ଅଭିନୟ ଜରିଆରେ ପ୍ରଶଂସକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ବିକିଙ୍କ ଝଲକ୍‌ ଟିକେ ପାଇବାକୁ ପ୍ରଶଂସକ ଅପେକ୍ଷା କରିଥାନ୍ତି। ନିକଟରେ ଜଣେ ଯୁବତୀ ବିକିଙ୍କୁ ଦେଖି ଭାବପ୍ରବଣ ହୋଇପଡିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଅଭିନେତା ବିକି କୌଶଲ ନିକଟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ନିଜର ଜଣେ ମହିଳା ପ୍ରଶଂସକଙ୍କୁ ଭେଟୁଛନ୍ତି। ବିକିଙ୍କୁ ସାମ୍ନାରେ ଦେଖି ପ୍ରଶଂସକ ନିଜକୁ ଅଟକାଇ ପାରି ନ ଥିଲେ। ବିକି ଏହି ପ୍ରଶଂସକଙ୍କ ସହ ହାତ ମିଳାଇବାକୁ ଚେଷ୍ଟା କରିଥିଲେ। ଯୁବତୀ ଜଣଙ୍କ ବିକିଙ୍କ ହାତକୁ ଛୁଇଁ ମାତ୍ରେ କାନ୍ଦିବାକୁ ଲାଗିଲେ। ଏହା ଦେଖି ବିକି ତାଙ୍କୁ କୋଳାଗ୍ରତ କରିଥିଲେ।
ବିକିଙ୍କୁ ଶେଷଥର ଫିଲ୍ମ ‘ସର୍ଦ୍ଦାର ଉଧମ ସିଂ’ରେ ଦେଖିବାକୁ ମିଳିଥିଲା। ତେବେ ଆଗାମୀ ଦିନରେ ସେ ଫିଲ୍ମ ‘ସାମ ବାହାଦୂର’ରେ ଅଭିନେତ୍ରୀ ଫାତିମା ସନା ଶେଖ ଏବଂ ସାନିଆ ମଲହୋତ୍ରାଙ୍କ ସହ ନଜର ଆସିବେ। ଏହା ପରେ ତାଙ୍କୁ କିଆରା ଆଡଭାନୀଙ୍କ ସହ ‘ଗୋବିନ୍ଦା ନାମ ମେରା’ରେ ଦେଖିବାକୁ ମିଳିବ।

Share