ଅହମ୍ମଦାବାଦ୍,୨୦।୧୧: ବିଶ୍ୱକପ ୨୦୨୩ ଫାଇନାଲ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ପାଇଁ ଏକ ଭଲ ସମୟ ଥିଲା। ଦଳ ସେମିଫାଇନାଲ ସମେତ କ୍ରମାଗତ ୧୦ଟି ମ୍ୟାଚ ଜିତିଥିଲା। କିନ୍ତୁ ଅହମ୍ମଦାବାଦରେ ଖେଳାଯାଇଥିବା ମ୍ୟାଚରେ ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ଟାଇଟଲ ଜିତିଛି। ଏହି ବିଶ୍ୱକପ୍ର ପ୍ରତ୍ୟେକ ମ୍ୟାଚ ପରେ ଡ୍ରେସିଂ ରୁମରେ ଟିମ ଇଣ୍ଡିଆ ଏକ ମେଡାଲ ସେରିମନି ଆୟୋଜନ କରୁଥିଲା। ଫାଇନାଲ ମ୍ୟାଚ୍ ହାରିବା ପରେ ମଧ୍ୟ ଏହା ଆୟୋଜନ କରାଯାଇଥିଲା। ଏହି ସମୟରେ ଖେଳାଳିମାନେ ଲୁହ ଛଳ ଛଳ ଆଖି ଏବଂ ଭାରି ହୃଦୟରେ ବସିଥିବାର ନଜର ଆସିଥିଲେ।
ପ୍ରତ୍ୟେକ ମ୍ୟାଚ ପରେ ଭଲ ଫିଲ୍ଡିଂ ପାଇଁ ଟିମ ଇଣ୍ଡିଆ ଖେଳାଳିଙ୍କୁ ମେଡାଲ ପ୍ରଦାନ କରାଯାଇଛି। ଫାଇନାଲ ପରେ ମଧ୍ୟ ଫିଲ୍ଡିଂ କୋଚ ଟି ଦିଲୀପ ଭାରତୀୟ ଦଳ ପାଇଁ ପଦକ ସମାରୋହର ଆୟୋଜନ କରିଥିଲେ। ଫାଇନାଲ ପାଇଁ ବିରାଟ କୋହଲିଙ୍କୁ ପଦକ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ମ୍ୟାଚ ପରେ ଡ୍ରେସିଂ ରୁମରେ ବହୁତ ଶକ୍ତିଶାଳୀ ପରିବେଶ ଥିଲା। ମେଡାଲ ସେରିମନିରେ ବହୁ ଉତ୍ସାହ ଦୃଶ୍ୟମାନ ହୋଇଥିଲା। କିନ୍ତୁ ଫାଇନାଲରେ ପରାଜୟ ହେତୁ ଡ୍ରେସିଂ ରୁମ୍ ଶାନ୍ତ ଥିଲା। ପରାଜୟ ହେତୁ ଖେଳାଳିଙ୍କ ହୃଦୟ ଭାରୀ ଥିଲା ଏବଂ ଲୁହ ଛଳ ଛଳ ଆଖି ଥିଲା। ତେବେ ପରିବେଶକୁ ହାଲୁକା କରିବା ପାଇଁ କୋଚ ଯଥାସମ୍ଭବ ଚେଷ୍ଟା କରିଥିଲେ। ସୂର୍ଯ୍ୟକୁମାର ଯାଦବ ତାଙ୍କୁ ଫାଇନାଲରେ ବେଷ୍ଟ ଫିଲ୍ଡିଂ ମେଡାଲ ପ୍ରଦାନ କରିଥିଲେ।