ରିଲିଜ ହେଲା ‘ସାମ ବାହାଦୂର’ର ଟିଜର

ମୁମ୍ବାଇ: ବଲିଉଡର ଆଗଧାଡିର ନାୟକ ଭିକ୍କି କୌଶଲଙ୍କ ଫିଲ୍ମ ‘ସାମ ବାହାଦୂର’ର ଟିଜର ରିଲିଜ ହୋଇଛି। ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକଶଙ୍କ ଭୂମିକାରେ ଭିକ୍କି ଖୁବ ସୁନ୍ଦର ଲାଗୁଛନ୍ତି। ଲୁକ, ଏକ୍ସପ୍ରେସନ, ଫୌଜି ଆଟିଚ୍ୟୁଡରୁ ନେଇ ଡାଏଲଗ ଡେଲିଭରି ପର୍ଯ୍ୟନ୍ତ ସାମରିକ ମନୋଭାବ, ସାମ ମାନେକଶଁଙ୍କ ଭୂମିକାରେ ନିଜକୁ ଫିଟ କରିବା ପାଇଁ ଭିକ୍କିଙ୍କ କଠିନ ପରିଶ୍ରମ ଟିଜରରେ ସ୍ପଷ୍ଟ ବାରି ହୋଇ ପଡୁଛି।
ଭାରତ-ପାକିସ୍ତାନ କ୍ରିକେଟ ବିଶ୍ୱକପ ମ୍ୟାଚ ୧୩ ଅକ୍ଟୋବରରେ, ଏହି ବିଶେଷ ଉତ୍ସବରେ ନିର୍ମାତା ସାମ ବାହାଦୂର ଫିଲ୍ମର ଟିଜର ରିଲିଜ କରି ପ୍ରଶଂସକଙ୍କୁ ଟ୍ରିଟ ଦେଇଛନ୍ତି। ୧୯୭୧ରେ ଭାରତ-ପାକିସ୍ଥାନ ଯୁଦ୍ଧରେ ସାମ ମାନେକଶଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କୁ ଯୋଗୁ ଏହି ଯୁଦ୍ଧରେ ଭାରତ ଜିତିଲା। ଏହି ବାୟୋପିକ ନିର୍ଦ୍ଦେଶନା ଦେଇଛନ୍ତି ମେଘନା ଗୁଲଜାର। ଏହି ଫିଲ୍ମରେ ଭିକ୍କିଙ୍କ ବ୍ୟତୀତ ଫାତିମା ସନା ଶେଖ, ନୀରଜ କାବି, ସାନ୍ୟା ମଲହୋତ୍ରା, ଜିଶାନ ଆୟୁବ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ଡିସେମ୍ବର ୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଭିକ୍କି ଏବଂ ମେଘନା ପୂର୍ବରୁ ରାଜି ଫିଲ୍ମରେ ଏକାଠି କାମ କରିଥିଲେ।
ସାମ ମାନେକଶଁରେ ଭିକ୍କିଙ୍କ ଲୁକ ବହୁତ ପ୍ରଶଂସା ଯୋଗ୍ୟ। ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହେବା ପରଠାରୁ ଅଭିନେତାଙ୍କ ଲୁକକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମରେ ସାନ୍ୟା ଭିକ୍କିଙ୍କ ପତ୍ନୀ ଭୂମିକାରେ ନଜର ଆସିବେ। ସେ ସିଲି ଭୂମିକାରେ ଅଭିନୟ କରୁଛନ୍ତି। ଯେଉଁଠାରେ ଫାତିମା ସନା ଶେଖ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବେ। ଭିକ୍କିଙ୍କ ପୂର୍ବ ରିଲିଜ ଥିଲା ‘ଦି ଗ୍ରେଟ ଇଣ୍ଡିଆନ ଫ୍ୟାମିଲି’। ଏହି ମୁଭିି ବକ୍ସ ଅଫିସରେ ଭଲ ବୋଲି ପ୍ରମାଣ କରିନଥିଲା। ବର୍ତ୍ତମାନ ପାଇପ ଲାଇନରେ ସାମ ବାହାଦୂର ରହିଛି। ଅଭିନେତାଙ୍କ ଏହି ଫିଲ୍ମରୁ ଦର୍ଶକଙ୍କ ବହୁତ ଆଶା ଅଛି। ମେଘନା ଗୁଲଜାର କହିଛନ୍ତି ଯେ ଏହି ମୁଭିର ଅନୁସନ୍ଧାନ ଏବଂ ନିର୍ମାଣ ପାଇଁ ତାଙ୍କୁ ୭ ବର୍ଷ ସମୟ ଲାଗିଛି। ମେଘନା କହିଛନ୍ତି ଯେ ଯେତେବେଳେ ସେ ଏହି ଫିଲ୍ମ କରିବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ସେ ସାମ ମନେକଶଁଙ୍କ ବିଷୟରେ ଅଧିକ କିଛି ଜାଣି ନଥିଲେ। କିନ୍ତୁ ଆଜି ୭ ବର୍ଷ ପରେ ସେ ସାମଙ୍କ ବିଷୟରେ ସବୁକିଛି ଜାଣନ୍ତି। ସେ ଆମ ସମସ୍ତଙ୍କ ପାଇଁ ଏକ ଆଦର୍ଶ।


Enter your email to get our daily news in your inbox.

All Right Reserved By Dharitri.Com

ମିସ୍‌ ୟୁନିଭର୍ସ ଇଣ୍ଡିଆ ଟାଇଟଲ ଜିତିଲେ ରିୟା ସିଂଘା

ଜୟପୁର, ୨୪।୯: ଗୁଜରାଟୀ ମଡେଲ ରିୟା ସିଂଘା(୧୯) ‘ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୪’ ଟାଇଟଲ ହାସଲ କରିଛନ୍ତି। ରବିବାର ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ‘ମିସ୍‌ ୟୁନିଭର୍ସ ଇଣ୍ଡିଆ...

ଛାଡପତ୍ର ଖବର ମଧ୍ୟରେ ଐଶ୍ୱର୍ଯ୍ୟା କରିଲେ ଏମିତି କାମ, ହେଉଛି ଭାଇରାଲ

ମୁମ୍ବାଇ: ବ୍ୟକ୍ତିଗତ ଜୀବନକୁ ନେଇ ଐଶ୍ୱର୍ଯ୍ୟା ରାୟ ଆଜିକାଲି ହେଡଲାଇନରେ ଅଛନ୍ତି। ତାଙ୍କ ସହ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଅନେକ ମାସ ଧରି ବିବାଦ ଲାଗି...

ଓସ୍କାର ରେସ୍‌ରେ ‘ଲାପ୍‌ତା ଲେଡିଜ୍‌’

ମୁମ୍ବାଇ,୨୩ା୯: ଓସ୍କାର ରେସ୍‌ରେ ହିନ୍ଦୀ ଫିଲ୍ମ ‘ଲାପ୍‌ତା ଲେଡିଜ୍‌’। କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଥିଏଟର୍‌ ଏବଂ ଓଟିଟିରେ ବେଶ୍‌ ପ୍ରଶଂସା ସାଉଁଟିଥିଲା। ଆଉ...

୬ ବର୍ଷ ପରେ ପୁଣି ଜାହ୍ନବୀ, ଇଶାନଙ୍କ ଯୋଡ଼ି

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ଇଶାନ ଖଟ୍ଟର ଶେଷ ଥର ପାଇଁ ୨୦୧୮ରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ‘ଧଡକ୍‌’ ଫିଲ୍ମରେ ନଜରକୁ ଆସିଥିଲେ।...

ସିନେ ଜଗତର ପ୍ରଥମ ଅଭିନେତା ଭାବେ ଚିରଞ୍ଜୀବୀଙ୍କୁ ଗିନିଜ ୱାଲର୍‌ଡ ରେକର୍ଡ

ହାଇଦ୍ରାବାଦ,୨୨।୯: ତେଲୁଗୁ ଫିଲ୍ମ ଜଗତରେ ମେଗାଷ୍ଟାର ଭାବେ ଚିରଞ୍ଜୀବୀ ପରିଚିତ। ସିନେ ଜଗତର ପ୍ରଥମ ଅଭିନେତା ଭାବେ ସେ ନିଜର ନୃତ୍ୟ ଦକ୍ଷତା ପାଇଁ ଗିନିଜ...

ଏଥର ଦୁର୍ଗା ପୂଜାରେ ଦୁର୍ଗା

ଏଥର ଦୁର୍ଗା ପୂଜା ଅବସରରେ ରିଲିଜ ହେବାକୁ ଯାଉଥିବା ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ଦୁର୍ଗା’। ଏକ ନାରୀକୈନ୍ଦ୍ରିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri