ରିଲିଜ ହେଲା ‘ସାମ ବାହାଦୂର’ର ଟିଜର

ମୁମ୍ବାଇ: ବଲିଉଡର ଆଗଧାଡିର ନାୟକ ଭିକ୍କି କୌଶଲଙ୍କ ଫିଲ୍ମ ‘ସାମ ବାହାଦୂର’ର ଟିଜର ରିଲିଜ ହୋଇଛି। ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକଶଙ୍କ ଭୂମିକାରେ ଭିକ୍କି ଖୁବ ସୁନ୍ଦର ଲାଗୁଛନ୍ତି। ଲୁକ, ଏକ୍ସପ୍ରେସନ, ଫୌଜି ଆଟିଚ୍ୟୁଡରୁ ନେଇ ଡାଏଲଗ ଡେଲିଭରି ପର୍ଯ୍ୟନ୍ତ ସାମରିକ ମନୋଭାବ, ସାମ ମାନେକଶଁଙ୍କ ଭୂମିକାରେ ନିଜକୁ ଫିଟ କରିବା ପାଇଁ ଭିକ୍କିଙ୍କ କଠିନ ପରିଶ୍ରମ ଟିଜରରେ ସ୍ପଷ୍ଟ ବାରି ହୋଇ ପଡୁଛି।
ଭାରତ-ପାକିସ୍ତାନ କ୍ରିକେଟ ବିଶ୍ୱକପ ମ୍ୟାଚ ୧୩ ଅକ୍ଟୋବରରେ, ଏହି ବିଶେଷ ଉତ୍ସବରେ ନିର୍ମାତା ସାମ ବାହାଦୂର ଫିଲ୍ମର ଟିଜର ରିଲିଜ କରି ପ୍ରଶଂସକଙ୍କୁ ଟ୍ରିଟ ଦେଇଛନ୍ତି। ୧୯୭୧ରେ ଭାରତ-ପାକିସ୍ଥାନ ଯୁଦ୍ଧରେ ସାମ ମାନେକଶଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କୁ ଯୋଗୁ ଏହି ଯୁଦ୍ଧରେ ଭାରତ ଜିତିଲା। ଏହି ବାୟୋପିକ ନିର୍ଦ୍ଦେଶନା ଦେଇଛନ୍ତି ମେଘନା ଗୁଲଜାର। ଏହି ଫିଲ୍ମରେ ଭିକ୍କିଙ୍କ ବ୍ୟତୀତ ଫାତିମା ସନା ଶେଖ, ନୀରଜ କାବି, ସାନ୍ୟା ମଲହୋତ୍ରା, ଜିଶାନ ଆୟୁବ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ଡିସେମ୍ବର ୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଭିକ୍କି ଏବଂ ମେଘନା ପୂର୍ବରୁ ରାଜି ଫିଲ୍ମରେ ଏକାଠି କାମ କରିଥିଲେ।
ସାମ ମାନେକଶଁରେ ଭିକ୍କିଙ୍କ ଲୁକ ବହୁତ ପ୍ରଶଂସା ଯୋଗ୍ୟ। ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହେବା ପରଠାରୁ ଅଭିନେତାଙ୍କ ଲୁକକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମରେ ସାନ୍ୟା ଭିକ୍କିଙ୍କ ପତ୍ନୀ ଭୂମିକାରେ ନଜର ଆସିବେ। ସେ ସିଲି ଭୂମିକାରେ ଅଭିନୟ କରୁଛନ୍ତି। ଯେଉଁଠାରେ ଫାତିମା ସନା ଶେଖ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବେ। ଭିକ୍କିଙ୍କ ପୂର୍ବ ରିଲିଜ ଥିଲା ‘ଦି ଗ୍ରେଟ ଇଣ୍ଡିଆନ ଫ୍ୟାମିଲି’। ଏହି ମୁଭିି ବକ୍ସ ଅଫିସରେ ଭଲ ବୋଲି ପ୍ରମାଣ କରିନଥିଲା। ବର୍ତ୍ତମାନ ପାଇପ ଲାଇନରେ ସାମ ବାହାଦୂର ରହିଛି। ଅଭିନେତାଙ୍କ ଏହି ଫିଲ୍ମରୁ ଦର୍ଶକଙ୍କ ବହୁତ ଆଶା ଅଛି। ମେଘନା ଗୁଲଜାର କହିଛନ୍ତି ଯେ ଏହି ମୁଭିର ଅନୁସନ୍ଧାନ ଏବଂ ନିର୍ମାଣ ପାଇଁ ତାଙ୍କୁ ୭ ବର୍ଷ ସମୟ ଲାଗିଛି। ମେଘନା କହିଛନ୍ତି ଯେ ଯେତେବେଳେ ସେ ଏହି ଫିଲ୍ମ କରିବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ସେ ସାମ ମନେକଶଁଙ୍କ ବିଷୟରେ ଅଧିକ କିଛି ଜାଣି ନଥିଲେ। କିନ୍ତୁ ଆଜି ୭ ବର୍ଷ ପରେ ସେ ସାମଙ୍କ ବିଷୟରେ ସବୁକିଛି ଜାଣନ୍ତି। ସେ ଆମ ସମସ୍ତଙ୍କ ପାଇଁ ଏକ ଆଦର୍ଶ।

Share